28.1 C
Bhubaneswar
Sunday, September 8, 2024
Homeଖେଳଟିଟି ଟିମ୍ ଇଭେଣ୍ଟ୍‌ରେ ଭାରତକୁ ଅଲିମ୍ପିକ୍ ଯୋଗ୍ୟତା

ଟିଟି ଟିମ୍ ଇଭେଣ୍ଟ୍‌ରେ ଭାରତକୁ ଅଲିମ୍ପିକ୍ ଯୋଗ୍ୟତା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ବୁସାନ୍‌ରେ ଆୟୋଜିତ ଆଇଟିଟିଏଫ୍ ବିଶ୍ୱ ଟେବଲ୍ ଟେନିସ୍ ଟିମ୍ ଚାମ୍ପିଅନ୍‌ଶିପ୍‌ରେ ହାରିବା ସତ୍ତ୍ୱେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ଇତିହାସ ରଚିଛନ୍ତି । ଭାରତୀୟ ପୁରୁଷ ଓ ମହିଳା ଟିମ୍ ଅନ୍ତିମ ବିଶ୍ୱ ର‌୍ୟାଙ୍କିଙ୍ଗ୍ ସ୍ଥାନ ହାସଲ କରି ପ୍ରଥମ ଥର ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୨୦୦୮ ବେଜିଂ ଅଲିମ୍ପିକ୍ କ୍ରୀଡ଼ାରେ ଏହି ଇଭେଣ୍ଟ୍‌କୁ ପ୍ରଥମ ଥର ସାମିଲ କରାଯାଇଥିଲା ଏବଂ ଏହାପରେ ଟେବଲ୍ ଟେନିସ୍‌ରେ ଅଲିମ୍ପିକ୍ ଟିମ୍ ଇଭେଣ୍ଟ୍ ପାଇଁ ଭାରତ ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିଛି । ଟିମ୍ ର‌୍ୟାଙ୍କିଙ୍ଗ୍‌ର ଆଧିକାରିକ ସୂଚୀ ମାର୍ଚ୍ଚ ୪ ତାରିଖରେ ପ୍ରକାଶ ପାଇବ । ମାତ୍ର ହିସାବ ଅନୁସାରେ ଦୁଇ ଟିମ୍ ପ୍ୟାରିସ୍ ଅଲିମ୍ପିକ୍‌ସ ୨୦୨୪ ପାଇଁ ସ୍ଥାନ ପକ୍କା କରିଛନ୍ତି । ଭାରତୀୟ ଟେବଲ୍ ଟେନିସ୍ ସଂଘ ସାଧାରଣ ସମ୍ପାଦକ କମଳେଶ ମେହଟା କହିଛନ୍ତି, ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନର ଆଧିକାରିକ ଘୋଷଣାକୁ ଆମେ ଅପେକ୍ଷା କରିଛୁ । ପୁରୁଷ ଓ ମହିଳା ଟିମ୍‌କୁ ନେଇ ଆମେ ଗର୍ବିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking