27.1 C
Bhubaneswar
Saturday, July 27, 2024
Homeଖେଳଭାରତୀୟ ମହିଳା ହକି ଟିମ୍ କୋଚ୍ ଶୋପ୍‌ମ୍ୟାନ୍‌ଙ୍କ ଇସ୍ତଫା

ଭାରତୀୟ ମହିଳା ହକି ଟିମ୍ କୋଚ୍ ଶୋପ୍‌ମ୍ୟାନ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ କୋଚ୍ ଜେନେକ୍ ଶୋପ୍‌ମ୍ୟାନ୍ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଭାରତୀୟ ଟିମ୍ ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ହାସଲ କରିନପାରିବା ପରେ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଚାରିଦିନ ତଳେ ନେଦରଲାଣ୍ଡ୍‌ର ଶୋପ୍‌ମ୍ୟାନ୍ କହିଥିଲେ ଯେ ଭାରତରେ ମହିଳାଙ୍କ ରହିବା କଷ୍ଟକର । ଏଠାରେ ମହିଳା କୋଚ୍ ଓ ଖେଳାଳିଙ୍କ ସହିତ ଭେଦଭାବ ହେଉଛି । ସେ କହିଥିଲେ ଯେ ମୁଁ ଏପରି ଏକ ସଂସ୍କୃତିର, ଯେଉଁଠି ମହିଳାଙ୍କ ସମ୍ମାନ କରାଯାଏ ଏବ ଗୁରୁତ୍ୱ ଦିଆଯାଇଥାଏ । ଏଠାରେ ମୁଁ ସେପରି ଅନୁଭବ କରୁନାହିଁ । ଗତ ଦୁଇବର୍ଷ ଧରି ମୁଁ ଏଠାରେ ନିଜକୁ ଏକୁଟିଆ ଅନୁଭବ କରିଆସୁଛି ।

ଜେନେକ୍ ଶୋପ୍‌ମ୍ୟାନ୍ ଚାରିବର୍ଷ ତଳେ ୨୦୨୦ରେ ଆନାଲିଟିକାଲ୍ କୋଚ୍ ଭାବେ ଭାରତୀୟ ଟିମ୍‌ରେ ଯୋଗ ଦେଇଥିଲେ । ଟୋକିଓ ଅଲିମ୍ପିକ୍ସ ପରେ ତାଙ୍କୁ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇଥିଲା । ଶୋପ୍‌ମ୍ୟାନ୍‌ଙ୍କ କୋଚିଂରେ ଭାରତୀୟ ମହିଳା ହକି ଟିମ୍‌ର ପ୍ରଦର୍ଶନରେ ବହୁ ସୁଧାର ହୋଇଛି । ସେ ମୁଖ୍ୟ କୋଚ୍ ନିଯୁକ୍ତ ହେବାପରେ ଟିମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ବ୍ରୋଞ୍ଜ୍‌, ଏସିଆନ୍ ଗେମ୍ସ ୨୦୨୨ରେ ବ୍ରୋଞ୍ଜ୍‌, ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ସ୍ୱର୍ଣ୍ଣ ଏବଂ ମସ୍କଟ୍ ଏସିଆ କପ୍ ୨୦୨୨ରେ ବ୍ରୋଞ୍ଜ୍ ପଦକ ଜିତିଥିଲା । ଗତ ମାସରେ ରାଞ୍ଚିରେ ଆୟୋଜିତ ଏଫ୍‌ଆଇଏଚ୍ ଅଲିମ୍ପିକ୍ସ କ୍ୱାଲିଫାୟର୍‌ରେ ଭାରତୀୟ ଟିମ୍ ପ୍ୟାରିସ୍ ଅଲିମ୍ପିକ୍ କୋଟା ହାସଲ କରିପାରି ନଥିଲା । ଏହାପରେ ଶୋପ୍‌ମ୍ୟାନ୍‌ଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ତାଙ୍କର ସମାଲୋଚନା କରାଯାଇଥିଲା । ଶୋପ୍‌ମ୍ୟାନ୍‌ଙ୍କ ଚୁକ୍ତି ଜୁନ୍‌-ଜୁଲାଇରେ ଶେଷ ହୋବାର ଥିଲା । ମାତ୍ର ସମୟ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking