29.1 C
Bhubaneswar
Saturday, July 27, 2024
Homeଅପରାଧଆଇଟିଇଆର ଫୁଡ କୋର୍ଟ ଆକ୍ରମଣ ଘଟଣା ୨ ଗିରଫ

ଆଇଟିଇଆର ଫୁଡ କୋର୍ଟ ଆକ୍ରମଣ ଘଟଣା ୨ ଗିରଫ

ଭୁବନେଶ୍ୱର: ଆଇଟିଆର ନିକଟସ୍ଥ ଗୋଲ୍ଡନ ଚିଲ୍ଲି ଆଣ୍ଡ ଟପୋରି ଟାଇମ ରେଷ୍ଟୁରାଣ୍ଟ ନିକଟରେ ହୋଇଥିବା ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଗିରଫମାନେ ହେଲେ ଭାରତପୁର ଥାନା ଅଞ୍ଚଳର ସତ୍ୟବ୍ରତ ସାହୁ(୩୮) ଏବଂ ଖଣ୍ଡଗିରି ଥାନା ଅଞ୍ଚଳର ରବିନ୍ଦ୍ର ଖଟୁଆ(୨୯) । ପୂର୍ବରୁ ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରପ କରିଥିଲା । ଆଜି ଉକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୁଲିସ । ସୂଚନାଯୋଗ୍ୟ ଯେ, ଗତ ମାସ ୩୦ ତାରାତି ରାତି ପ୍ରାୟ ୯.୩୦ ସମୟରେ ଅଭିଯୋଗକାରୀ ବିଭୂତୀ ଭୁଶଣ ସିଂହଙ୍କର ପୁଅ ଓ ତାଙ୍କର ସାଙ୍ଗମାନେ ଆଇଟିଇଆର ଫୁଡ କୋର୍ଟରୁ ଫେରୁଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଯୁବକ ଏବଂ ତାଙ୍କର କିଛି ସହଯୋଗୀ ସେମାନଙ୍କୁ ନୂଆ ଜାଗମରା ରୋଡ଼ରେ ଥିବା ଗୋଲ୍େଡନ ଚିଲ୍ଲି ଆଣ୍ଡ ଟପୋରି ଟାଇମ ରେଷ୍ଟୁରାଣ୍ଟ ନିକଟରେ ମାରାଣାସ୍ତ୍ରରେ ଆକ୍ରମଣ କରିଥିଲେ ।

ସେହି ସମୟରେ ଅଭିଯୋଗକାରୀଙ୍କର ପୁଅ ବିଶ୍ୱଙ୍କ ସାଙ୍ଗମାନେ ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡି ପଳାଇଥିବା ବେଳେ ବିଶ୍ୱ ଓ ତାଙ୍କର ବନ୍ଧୁ ଶୁଭମ ଘଟଣାସ୍ଥଳରେ ତଳେ ପଡ଼ିଯାଇଥିଲେ । ଫଳରେ ଅଭିଯୁକ୍ତମାନେ ଆକ୍ରମଣ କରୁଥିବା ସମୟରେ ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚିଥିବାରୁ ଆକ୍ରମଣକାରୀମାନେ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ପିସିଆର କର୍ମଚାରୀ ଆହତ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଯାଇଥିଲେ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ତାପର ଦିନ ୪ ଜଣଙ୍କୁ ଗିରଫ କରିଥିବା ଆଜି ଏହି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking