34.1 C
Bhubaneswar
Wednesday, May 1, 2024
Homeଓଡିଶାବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାର ଖୋଜା ଚାଲିଛି : ବିଜେପି

ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାର ଖୋଜା ଚାଲିଛି : ବିଜେପି

ଭୁବନେଶ୍ୱର : ୨୪ ବର୍ଷର ବିଜେଡି ଶାସନରେ ସର୍ବାଧିକ ଅବହେଳିତ ହୋଇଛନ୍ତି କଳା ଜଗତ ଓ ମନୋରଞ୍ଜନ ଶିଳ୍ପ ସହିତ ଜଡିତ ରାଜ୍ୟର ଅଗଣିତ କଳାକାର ଭାଇ ଓ ଭଉଣୀମାନେ । ରାଜ୍ୟରେ ଚଳଚିତ୍ର ଜଗତ ସମେତ ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡିତ ଥିବା ଓ ବଂଚାଇ ରଖିଥିବା ସଂକୀର୍ତନ, ପାଲା, ଦାସକାଠିଆ କଳାକାରମାନେ ବିଜେଡି ସରକାରର ଅବହେଳା ଓ ପ୍ରତାରଣାର ଶିକାର ହୋଇ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି । ଆତ୍ମପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାକାର ଜଗତର ବ୍ୟବହାର କରୁଛନ୍ତି, କିନ୍ତୁ କଳାଜଗତ ସହ ଜଡିତ କଳାକାର ଭାଇଭଉଣୀଙ୍କ ପାଇଁ କିଛି କରିନାହାଁନ୍ତି । “ୟୁଜ୍ ଆଣ୍ଡ ଥ୍ରୋ” କରିବାରେ ସିଦ୍ଧହସ୍ତ ବିଜେଡି । ଗତ କାଲି ହଠାତ୍ ମୁଖ୍ୟମନ୍ତ୍ରୀ ସିନେ କଳାକାରଙ୍କୁ ଭେଟି ଆଲୋଚନା କରିବା ପ୍ରସଙ୍ଗ ସଂପୂର୍ଣ୍ଣ ଛଳନାତ୍ମକ ଥିଲା । ଓଡିଶାରେ କେବଳ ଜଣେ ତାରକା ଏବଂ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ବିଜେଡି ବାରମ୍ବାର କହିଆସିଛି । ତାହେଲେ ଆଜି ରିୟଲ ତାରକାଙ୍କ ଆବଶ୍ୟକ କାହିଁକି କରୁଛି ? ବିଜେଡି ଏବେ ସେଲିବ୍ରିଟି ଶୂନ୍ୟ ।

ଦଳୀୟ ଆଧାରରେ କଳାକାରଙ୍କୁ ଭାଗ ଭାଗ ପାଇଁ ଚେଷ୍ଟା କରୁଛି ଶାସକ ବିଜେଡି ବୋଲି ଶ୍ରୀମତୀ ପିଙ୍କି ପ୍ରଧାନ କହିଛନ୍ତି । ନିଜ ୨୪ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେବେହେଲେ ଓଡିଆ ଚଳଚିତ୍ର ଦେଖିନାହାନ୍ତି କି କୈାଣସି ‘ଚଳଚିତ୍ର ଆୱାର୍ଡ୍ ସୋ’କୁ ଯାଇଛନ୍ତି ? ଏପରିକି ପ୍ରତ୍ୟକ୍ଷ ଭାବେ ଓଡିଆ କଳାକାରଙ୍କୁ ଭେଟି ନାହାନ୍ତି । ଗତକାଲିର ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ, ବୁଡି ଯାଉଥିବା ଲୋକର କୁଟା ଖିଅକୁ ସାହାରା । ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମ ଷ୍ଟାରମାନଙ୍କୁ ଖୋଜାଚାଲିଛି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସିନେଭିନେତା ଶ୍ରୀ ହରିହର ମହାପାତ୍ର କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜି କଳାକାରମାନଙ୍କୁ ୪୫୦୦ଟଙ୍କା ଭତା ଦେଉଥିବାବେଳେ ଓଡିଆ କଲାକାରଙ୍କୁ ନବୀନ ବାବୁ ଦେଉଛନ୍ତି ମାତ୍ର ୨୦୦୦ଟଙ୍କା, ଯାହା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ । ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ ରାଜ୍ୟ ସରକାର କଳାକାରଙ୍କ ପାଇଁ ଆବାସିକ କଲୋନୀ, ବୀମା ଭଳି ସୁବିଧା ଯୋଗାଇ ଦେଉଛନ୍ତି । କିନ୍ତୁ ନବୀନ ସରକାର ହକି ବିଶ୍ୱ କପ ସମୟରେ ଓଡ଼ିଶାର କଳାକାରଙ୍କୁ ନଡାକି ବମ୍ବେ କଳାକାରଙ୍କୁ ଡାକି ୫୦-୧୦୦ କୋଟି ଦେଲେ । ଓଡିଶାରେ ଥିବା ସିନେମା ହଲ୍ ବନ୍ଦ ହୋଇ କଲ୍ୟାଣ ମଣ୍ଡପ ହେଉଛି ।

ସେହିପରି ଓଡିଶାର ସର୍ବପୁରାତନ ଫିଲ୍ମ ଷ୍ଟୁଡିଓ ‘କଳିଙ୍ଗ ଷ୍ଟୁଡିଓ’କୁ ମନୋରଂଜନ ପାର୍କରେ ପରିଣତ କରି ବିଜେଡି ନେତାଙ୍କ ବିବାହ, ବ୍ରତ, ଜନ୍ମଦିନ ପାଳନ କରାଯାଉଛି । ଓଡ଼ିଆ ସିନେମା ନିର୍ମାଣ ପାଇଁ ସବ୍‌ସିଡି କି ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉନାହାନ୍ତି ନବୀନ ପଟ୍ଟନାୟକ । ବାସ୍ତବରେ ଯଦି କଳାକାରଜଗତ ଓ କଳାକାରମାନଙ୍କ ପ୍ରତି ଆନ୍ତରିକତା ଥାନ୍ତା, ତାହେଲେ ଓଡିଶାର ଚଳଚିତ୍ର ତାରକାମାନେ ବିଜେଡି ପ୍ରତି ବିମୁଖ ହୋଇ ବିଜେପିରେ ଯୋଗ ଦେଲେ କାହିଁକି ? ନିଜ ଆତ୍ମପ୍ରଚାର ପାଇଁ କଳାକାରଙ୍କୁ ବ୍ୟବହାର କରିବା ପୂର୍ବରୁ କଳାକାରଜଗତ ପାଇଁ ନବୀନ ବାବୁ କଣ କରିଛନ୍ତି, ତାର ହିସାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସାଂସ୍କୃତି ପ୍ରକୋଷ୍ଠର ଶ୍ରୀ ସଞ୍ଜୀବ ମିଶ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking