ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ-୨୦୨୩) କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ମୋଡ୍ରେ ହେବ। ଏନେଇ ପରୀକ୍ଷା କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି ଓଜେଇଇ କର୍ତ୍ତୃପକ୍ଷ । ମେ ୮ରୁ ୧୫ତାରିଖ ମଧ୍ୟରେ ୫ଧରି ହେବାକୁ ଥିବା ପରୀକ୍ଷା ପାଇଁ ପ୍ରତିଦିନ ୩ଟି ସିଫ୍ଟ କରାଯାଇଛି । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା । ଦ୍ୱିତୀୟ ସିଫ୍ଟ ସାଢ଼େ ୧୨ଟାରୁ ସାଢ଼େ ୨ଟା। ତୃତୀୟ ସିଫ୍ଟରେ ଅପରାହ୍ନ ସାଢ଼େ ୪ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ହେବ।ଏନେଇ ସମସ୍ତ ସୂଚନା ଓଜେଇଇ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ଆବେଦନକାରୀମାନେ ନିଜ ଆଡ୍ମିଟ୍ କାର୍ଡ ୱେବ୍ସାଇଟ୍ରୁ ଡାଉନଲୋଡ କରିପାରିବେ ।
ମେ ୮ତାରିଖରେ ତିନୋଟି ସିଫ୍ଟରେ ଏଲ୍ଇ ଟେକ୍ (ଡିପ୍ଲୋମା), ମେ ୯ରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍ସିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ) ପାଇଁ ପରୀକ୍ଷା ହେବ। ତୃତୀୟ ସିଫ୍ଟରେ ଏମ୍ଟେକ୍ (୧୧ ବିଭାଗ ପାଇଁ), ଏମ୍ ଆର୍କ, ଏମ୍ପ୍ଲାନ୍, ଏମ୍ ଫାର୍ମା, ବି ସାଟ୍ ପାଇଁ ପ୍ରବେଶିକା ପରୀକ୍ଷା ହେବ। ୧୧ରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍ବିଏ ଏବଂ ତୃତୀୟ ସିଫ୍ଟରେ ଏଲ୍ଇ ଟେକ୍ (ବିଏସ୍ସି) ଓ ବି ସାଟ୍(ସିନେମା ଏଡିଟିଂ) ପାଇଁ ପରୀକ୍ଷା ହେବ। ୧୨ ତାରିଖରେ ସମସ୍ତ ସିଫ୍ଟରେ ବି ଫାର୍ମା ପାଇଁ ପରୀକ୍ଷା ହେବ। ୧୫ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍ଇ ଟେକ୍ (ଡିପ୍ଲୋମା) ଏବଂ ଦ୍ୱିତୀୟ ସିଫ୍ଟରେ ଏଲ୍ଇ ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମ୍ବିଏ ପାଇଁ ପ୍ରବେଶିକା ପରୀକ୍ଷା ହେବ।