34.1 C
Bhubaneswar
Wednesday, May 1, 2024
Homeଓଡିଶାଏମ୍ସ ଓଭରବ୍ରିଜ ଉପରେ ତେଲ ଟ୍ୟାଙ୍କର , କାର ଧକ୍କା

ଏମ୍ସ ଓଭରବ୍ରିଜ ଉପରେ ତେଲ ଟ୍ୟାଙ୍କର , କାର ଧକ୍କା

ଖଣ୍ଡଗିରି : ୧୬ ନମ୍ବର ଜାତୀୟ ରାଜପଥ ଏମ୍ସ ଓଭରବ୍ରିଜ ଉପରେ ଏକ ସଡକ ଦୁର୍ଘଟଣା ଘଟିଛି। ତେଲ ଟ୍ୟାଙ୍କରକୁ ଏକ କାର ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କାର ମାଲିକ ମାନସ ଜେନା ଓ ତାଙ୍କ ଚାଳକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ସ ଡାକ୍ତରଖାନାକୁ ପଠାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ରାତି ୧୨ଟା ବେଳେ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଏକ ତେଲ ଟ୍ୟାଙ୍କର ଟ୍ରକ ଯାଉଥିଲା। ସମ ଦିଗରେ ଆସୁଥିବା ଏକ କାର ଟ୍ୟାଙ୍କର ପଛପଟୁ ଧକ୍କା ଦେବା ଫଳରେ କାରର ଆଗ ପଟ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଅନୁଧ୍ୟାନ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking