34.1 C
Bhubaneswar
Wednesday, May 1, 2024
Homeଓଡିଶା୬୦ ଲକ୍ଷରୁ ଅଧିକ ଗଞ୍ଜେଇ ଜବତ

୬୦ ଲକ୍ଷରୁ ଅଧିକ ଗଞ୍ଜେଇ ଜବତ

କୋରାପୁଟ : ଗଞ୍ଜେଇ ଚାଲାଣର କୌଣସି ସନ୍ଧାନ ପାଉନାହିଁ ପୋଲିସ । ପୁଳା ପୁଳା ଗଞ୍ଜେଇ ଜବତ ହେଉଛି ସତ , କିନ୍ତୁ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ବିଫଳ ହେଉଛି ପୋଲିସ । ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ଏକ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ଖବର କୌଣସି ସୂତ୍ରରୁ ପାଡୁଆ ପୋଲିସ ପାଇଥିଲା । ଏହି ଖବର ପରେ ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲା । ପୋଲିସ ଚଢ଼ାଉବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଗଞ୍ଜେଇ କେଉଁଠିକୁ ଓ କିଏ ଚାଲାଣ କରୁଥିଲା ପୋଲିସ ତାହାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking