ଯାଜପୁର : ଯାଜପୁର ଜିଲ୍ଲାରେ କରାଯିବ କରାଯିବ ୧ ଲକ୍ଷ କୋଟି ଟଙ୍କାର ନିବେଶ । ଡଙ୍କାରୀ ପାହାଡ ପାଦ ଦେଶରେ ଅଠର ହଜାର ଟଙକ୍ାର ବିନିଯୋଗରେ ନିର୍ମାଣ କରାଯିବ ତୈଳ ଭଣ୍ଡାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧର୍ମଶାଳା ମହୋତ୍ସବରେ ସାମିଲ ହୋଇ ବଡ ଘୋଷଣା କରିଛନ୍ତି । ଯାଜପୁର ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଏବଂ ବିକଶିତ ଜିଲ୍ଲା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଐତିହ୍ୟ କଳା, ସଂସ୍କୃତି, ସାହିତ୍ୟ, ଇତିହାସ, ସହିତ ଓତପ୍ରୋତ ଭାବେ ଜଡ଼ିତ ଯାଜପୁର ଜିଲ୍ଲାରେ ବହୁ କବି, ସାହିତ୍ୟିକ, ଦାର୍ଶନିକ, ଶିଳ୍ପୀ, କଳାକାର, ବିଦ୍ୱାନ, ପ୍ରଶାସକ, ରାଜନୀତିଜ୍ଞ ଓ କ୍ରୀଡାବିତ୍ ଜନ୍ମଗ୍ରହଣ କରି ଜିଲ୍ଲାକୁ ମହିୟାନ କରିଛନ୍ତି । ଓଡ଼ିଶାର ସବୁଠାରୁ ଅଧିକ ଶିଳ୍ପାୟନ ଜିଲ୍ଲା ହେଉଛି ଯାଜପୁର, ଆଜି ଯାଜପୁର କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଇସ୍ପାତ ରାଜଧାନୀ ଭାବେ ଖ୍ୟାତି ପ୍ରାପ୍ତ ହୋଇଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।