35.1 C
Bhubaneswar
Tuesday, April 23, 2024
Homeଓଡିଶାସପ୍ତାହ ଯାକ ବିଭିନ୍ନ ଜିଲ୍ଲାକୁ ବର୍ଷା ଆଶଙ୍କା

ସପ୍ତାହ ଯାକ ବିଭିନ୍ନ ଜିଲ୍ଲାକୁ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି ।   ବୁଧବାର ପ୍ରାୟ ୨୦୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ୧୮ ସହରରେ ବର୍ଷା ହୋଇଛି । ଆସନ୍ତା ସପ୍ତାହ ଯାକ ରାଜ୍ୟ ପାଣିପାଗରେ କିଛି ବିଶେଷ ପରବର୍ତ୍ତନ ନାହିଁ । ବର୍ତ୍ତମାନ ସାରା ରାଜ୍ୟରେ ମୌସୁମୀ ବାଦଲ ଛାଇ ରହିଥିବାବେଳେ ପ୍ରାୟ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଗକୁ ମଧ୍ୟ ଏହିପରି ବର୍ଷା ଜାରି ରହିବ । ପ୍ରାୟ ସପ୍ତାହ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଆସନ୍ତା ସପ୍ତାହ ଯାକ ପାଗ ମେଘୁଆ ରହିବା ସହ ଆକାଶରେ କଳା ବାଦଲ ଦେଖିବାକୁ ମିଳିବ । ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୩୨ ଡିଗ୍ରୀ ପାଖାପାଖି ରହିବାକୁ ଥିବାବେଳେ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ଯାଏ ରହିପାରେ । ଫଳରେ ଗୁରୁବାର ଅର୍ଥାତ୍ ଆସନ୍ତାକାଲି ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳରେ ବର୍ଷା ସମ୍ଭାବାନ ଅଧିକ ରହିଛି । ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେଓଗଡ଼, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି । ଏନେଇ ସମ୍ପୃକ୍ତ ଜିଲ୍ଳାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking