31.1 C
Bhubaneswar
Friday, March 29, 2024
Homeଓଡିଶାରାସ୍ତା ପାଇଁ ୧୫ ବର୍ଷ ଦୁର୍ଦ୍ଦଶାରେ ୧୦ ଗାଁ’

ରାସ୍ତା ପାଇଁ ୧୫ ବର୍ଷ ଦୁର୍ଦ୍ଦଶାରେ ୧୦ ଗାଁ’

ପାରଳାଖେମୁଣ୍ଡି : ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳ ବିକାଶର ଚିତ୍ର ଦେଖି ପାରୁନାହିଁ । ୧୫ବର୍ଷ ହେଲା ରାସ୍ତା ମରାମତି ନ ହେବାରୁ ୧୦ ଗାଁ ଦୁର୍ଦ୍ଦଶାରେ କଳାତିପାତ କରୁଛନ୍ତି । ପାରଳାଖେମୁଣ୍ଡିଠାରୁ ମାତ୍ର ୧୯ କିମି ଦୂରରେ ଥିବା ପାହାଡ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହିଛି । ୧୫ବର୍ଷ ଧରି ରାସ୍ତା ମରାମତି ହୋଇନଥିବାରୁ ଲୋକେ ଏକ ପ୍ରକାର ଅଭିଶପ୍ତ ଜୀବନ ବିତାଉଛନ୍ତି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନାମନଗଡଠାରୁ ସୁରଙ୍ଗି ରାସ୍ତାର ଦୈର୍ଘ୍ୟ ୭କିମି ରହିଥିବା ବେଳେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରୁ ନାମନଗଡ ୧୨କିମି । ୨୦୦୬ରେ ନାମନଗଡ ଠାରୁ ସୁରଙ୍ଗି ପର୍ଯ୍ୟନ୍ତ ୭ କିମି ରାସ୍ତା ନିର୍ମାଣ ହୋଇଥିଲା । ଇତି ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ଫଳରେ ଯାତାୟାତ କଷ୍ଟକର ହୋଇପଡିଛି । ତେବେ ଅଞ୍ଚଳର ଏକ ମାତ୍ର ନିର୍ଭରଶୀଳ ଏହି ରାସ୍ତା ତୁରନ୍ତ ପୁନଃ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି ।

ରାସ୍ତା ଥାଇ ନଥିଲା ସଙ୍ଗେ ସମାନ । କେଉଁଠି ପିଚୁ ଉଠି ଯାଇଛି ତ ଆଉ କେଉଁଠି ମେଟାଲ ଉଠି ରହିଛି । ଆଉ କେଉଁଠି ରାସ୍ତା ଧୋଇ ଖାଲଖମା ସୃଷ୍ଟି ହୋଇଛି । ଫଳରେ ଯତାୟାତ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ହେଉଛି । ବାରମ୍ବାର ଦାବି ପରେ ନୂଆ ରାସ୍ତା ନର୍ମାଣ ପାଇଁ ଅନୁଦାନ ଆସିଛି । ଠିକା ସଂସ୍ଥାକୁ କାମ ବି ମିଳିଛି । ହେଲେ ଚୁପ ବସିଛି । ରାସ୍ତାର ପୁନଃନିର୍ମାଣ ପାଇଁ ସରକାର ୮୮ଲକ୍ଷ ଟଙ୍କା ବ୍ୟୟବରାଦ କରି ଅନୁଦାନ ମଞ୍ଜୁର କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି ।

କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ । ଗମନାଗମନର ସୁବିଧା ହେଲେ ସରକାଙ୍କ ସମସ୍ତ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ôଚପାରିବ । କିନ୍ତୁ କେଉଁଠି ନା କେଉଁଠି କର୍ତ୍ତୃର୍ପକ୍ଷଙ୍କ ଅବହେଳା ରହିଛି । ଫଳରେ ବର୍ଷ ବର୍ଷ ଧରି ଯୋଜନାର ସୁଫଳ ପାଇବାରୁ ବଞ୍ôଚତ ହେଉଛନ୍ତି ଜିଲ୍ଲା ସଦର ମହକୁମା ନିକଟରେ ଥିବା ଦୁର୍ଗମ ଅଞ୍ଚଳବାସୀ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ସଦର ମହକୁମା ଠାରୁ ୧୯କିମି ଦୂରରେ ଥିବା ଏହି ଗ୍ରାମର ଅବସ୍ଥା ଯଦି ଏମିତି ତେବେ ଜିଲ୍ଲାର କୋଣ ଅନୁକୋଣରେଥିବା ଦୁର୍ଗମଞ୍ଚଳର ଅବସ୍ଥା କରିପରି ରହିଥିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking