29.1 C
Bhubaneswar
Thursday, May 2, 2024
Homeଓଡିଶାଆଶ୍ୱସ୍ତି ଦେଲା କାଳବୈଶାଖୀ ବର୍ଷା, ଆଜି ୩ ଜିଲ୍ଲାକୁ ଅତି ପ୍ରବଳ ବର୍ଷା

ଆଶ୍ୱସ୍ତି ଦେଲା କାଳବୈଶାଖୀ ବର୍ଷା, ଆଜି ୩ ଜିଲ୍ଲାକୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର : ମୌସୁମୀ ବର୍ଷା ପୂର୍ବରୁ ଭିଯୋଉଛି ଅଣ ମୌସୁମୀ ବର୍ଷା । ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଯାହାକି ପଶ୍ଚିମ ବଙ୍ଗର ଉତ୍ତର ପଟ ଯାଏଁ ସମୁଦ୍ର ପତନର ୨.୧ କିମି ଉପରେ ରହିଛି । ଯାହାଫଳରେ ଓଡ଼ିଶାରେ ଗତ କିଛି ଦିନ ହେବ କାଳବୈଶାଖୀ ଜନିତ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ଜାରି ରହିଛି । ଗୁରୁବାର ରାଜ୍ୟର ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡିରେ ଏହା ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାବ୍ୟତୀତ ରାଜ୍ୟର ଆଉ ୨୨ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଉପରବେଳା କାଳବୈଶାଖୀ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟର ଉପକୂଳ ଓ ପଶ୍ଚିମ ପଟେ ପାରଦ ବଢିଚାଲିଛି । ଯାହାଫଳରେ କାଳବୈଶାଖୀ ପାଇଁ ପାଗ ଅନୁକୂଳ ହେଉଛି । ବୁଧବାର ମଧ୍ୟ ସମସ୍ତ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲା ପାଇଁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କାଳବୈଶାଖୀ ସମୟରେ ପବନର ବେଗ ପ୍ରାୟ ୩୦ରୁ ୪୦ କିମି ଭିତରେ ରହିବ । ଏହି ସମୟରେ ସତର୍କ ରହିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ତେବେ ବୁଧବାର ରାଜ୍ୟର ସବୁ ସହରରେ ପାରଦ ସ୍ୱାଭାବିକ ରହିଛି । ଆସନ୍ତା ୭୨ ଘଣ୍ଟା ଯାଏଁ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ନାହିଁ । ବୁଧବାର ରାଜ୍ୟରେ ୪୦୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ କରାଯାଇଛି । ଦିନ ତାପମାତ୍ରା ସବୁ ଜିଲ୍ଲାରେ ପ୍ରାୟତଃ ସମାନ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking