40.1 C
Bhubaneswar
Wednesday, April 24, 2024
Homeକରୋନାପାକିସ୍ତାନ ପ୍ରସ୍ତୁତକଲା କରୋନା ଟିକା ପାକ୍‌ଭ୍ୟାକ୍‌

ପାକିସ୍ତାନ ପ୍ରସ୍ତୁତକଲା କରୋନା ଟିକା ପାକ୍‌ଭ୍ୟାକ୍‌

ଇସଲାମାବାଦ : ପାକିସ୍ତାନ ଚୀନ୍ ସହଯୋଗରେ ଏକ କୋଭିଡ୍ ଟିକା ବିକଶିତ କରିଛି । ଏହାର ନାମ ପାକ୍‌ଭ୍ୟାକ୍ ରଖାଯାଇଛି । ଦେଶରେ କୋଭିଡ୍ ସଂକ୍ରମଣ ରୋକିବାରେ ଏହି ଟିକା ସହାୟକ ହେବ ବୋଲି ଦେଶର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସହାୟକ ଡକ୍ଟର ଫଇସଲ ସୁଲତାନ କହିଛନ୍ତି । ସେ ଏଠାରେ ଟିକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଆହୁରି କହିଛନ୍ତି, ଆଗାମୀ ଦିନରେ ଏହି ଟିକା ବିପୁଳ ପରିମାଣରେ ଉତ୍ପାଦନ କରାଯିବ । ଚୀନ୍ ଟିକା ଉତ୍ପାଦନ ପାଇଁ କଞ୍ଚାମାଲ ଯୋଗାଇ ଦେଉଛି ।

ଚୀନ୍ ତାହା ଯୋଗାଇ ନଥିଲେ ଟିକା ବିକଶିତ ହେବା ସହଜ ହୋଇନଥାନ୍ତା । ଏହି ଅବସରରେ ପାକିସ୍ତାନର ଜାତୀୟ କମାଣ୍ଡ ଓ ଅପରେସନ ସେଣ୍ଟରର ମୁଖ୍ୟ ଅସାଦ ଉମର କହିଛନ୍ତି, ଏହା ପାକିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ସୂଚନାଯୋଗ୍ୟ, ପାକିସ୍ତାନରେ ପ୍ରଥମଥର ଲାଗି କରୋନା ପଜିଟିଭିଟି ହାର ୪ପ୍ରତିଶତ ହ୍ରାସ ପାଇବା ପରିପ୍ରେକ୍ଷୀରେ ଟିକା ବିକଶିତ ହୋଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧୭୭୧ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୯,୨୨,୮୨୪ଜଣ ଆକ୍ରାନ୍ତ ହେଲେଣି ବୋଲି ଜାତୀୟ ସ୍ୱାସ୍ଥ୍ୟସେବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଦେଶରେ କୋଭିଡ୍ ଟିକାକରଣ ମଧ୍ୟ ଚାଲିଛି । ଏପର୍ଯ୍ୟନ୍ତ ୫.୩ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କୁ ୭.୩ନିୟୁତ ଡୋଜ୍ ଦିଆଗଲାଣି । ଏମାନଙ୍କ ମଧ୍ୟରୁ ୨ ନିୟୁତ ଲୋକ ଟିକାର ଦୁଇଟିଯାକ ଡୋଜ୍ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking