21.1 C
Bhubaneswar
Thursday, January 23, 2025
Homeଓଡିଶାସବୁଠୁ ଗରିବ ରାଜ୍ୟ ଓଡ଼ିଶା

ସବୁଠୁ ଗରିବ ରାଜ୍ୟ ଓଡ଼ିଶା

ନୂଆଦିଲ୍ଲୀ : ନ୍ୟାଶନାଲ ସାମ୍ପୁଲ ସର୍ଭେ ଅର୍ଗାନାଇଜେସନ କରିଥିବା ରିପୋର୍ଟରେ ଓଡ଼ିଶା ଦେଶର ସବୁଠୁ ଗରିବ ରାଜ୍ୟ ବୋଲି ଜଣାପଡ଼ିଛି। ଅନ୍ୟପଟେ ପଡୋଶୀ ଝାଡଖଣ୍ଡ ଆମଠାରୁ ଅଧିକ ଧନୀ ବୋଲି ଏହି ସର୍ଭେ ରିପୋର୍ଟ କହିଛି। ସେଠି ସରକାର ପ୍ରାୟତଃ ନିର୍ବାଚନ ବେଳେ ବଦଳୁଥିବାର ନଜିର ରହିଛି। ଏନଏସଏସଓର ରିପୋର୍ଟ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ରହୁଥିବା ଲୋକଙ୍କର ହାରାହାରି ସମ୍ପତ୍ତି ବାବଦରେ ରିପୋର୍ଟ ଦେଇଛି। ଯାହାକୁ ନେଇ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି। ରାଜ୍ୟର ଗ୍ରାମାଞ୍ଚଳରେ ଘର ପିଛା ସମ୍ପତ୍ତିର ମୂଲ୍ୟ (ଆଭରେଜ ଆସେଟ ଭେଲ୍ୟୁ) ୫.୩୨ ଲକ୍ଷ ଟଙ୍କା ରହିଥିବା ବେଳେ ସହରାଞ୍ଚଳରେ ଏହା ୧୩.୪୧ ଲକ୍ଷ ରହିଛି। କିନ୍ତୁ ପଡ଼ୋଶୀ ଆସାମର ଗ୍ରାମାଞ୍ଚଳର ଘର ପିଛା ସମ୍ପତ୍ତିର ମୂଲ୍ୟ ୭ ଲକ୍ଷ ଟଙ୍କା ରହିଥିବା ବେଳୋ ଝାଡଖଣ୍ଡରେ ଏହା ୮.୬ ଲକ୍ଷ ରହିଛି । ସେହିପରି ଛତିଶଗଡ଼ରେ ଏହା ୮.୯ ଲକ୍ଷ ଟଙ୍କା ଏବଂ ପଶ୍ଚିମବଙ୍ଗରେ ୭.୮୯ ଲକ୍ଷ ରହିଛି। ତେବେ ଦେଶର ଗ୍ରାମାଞ୍ଚଳମାନଙ୍କରେ ହାରାହାରି ଘର ପିଛା ସମ୍ପତ୍ତିର ମୂଲ୍ୟ ତୁଳନାରେ ଓଡ଼ିଶା ଅଧାରୁ ଟିକିଏ କମ୍ ରହିଛି। ଅର୍ଥାତ୍ ୪୦ ପ୍ରତିଶତ ରହିଛି। ତେବେ ସାରା ଦେଶର ୧୮ଟି ମୁଖ୍ୟ ରାଜ୍ୟ ମଧ୍ୟରୁ ଓଡ଼ିଶା ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଘର ପିଛା ସମ୍ପତ୍ତି ମୂଲ୍ୟରେ ତଳେ ରହିଛି।

ସେହିପରି ଚାଷୀଙ୍କୁ ନେଇ ଏନଏସଏସଓ ଏକ ରିପୋର୍ଟ ଜାରି କରିଛି ଏନଏସଏସଓ। ଯେଉଁଥିରେ ଚାଷୀଙ୍କୁ ଆର୍ଥିକ ସହାୟତା କରୁଥିବା କାଳିଆ ଯୋଜନା ୧୦ଟି ପ୍ରମୁଖ ରାଜ୍ୟର ଯୋଜନା ମଧ୍ୟରେ ରହିଛି। ହେଲେ ଓଡ଼ିଶାର ଚାଷୀ ମାନେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଋଣ ବୋଝରେ ରହିଥିବା ଜଣାପଡ଼ିଛି। ରାଜ୍ୟରେ ଚାଷୀଙ୍କର ମୁଣ୍ଡପିଛା ସମ୍ପତ୍ତି ୬.୨୧ ଲକ୍ଷ ରହିଛି। ମୋଟ୍ ଚାଷୀଙ୍କ ମଧ୍ୟରୁ ୪୬.୪ ପ୍ରତିଶତ ଚାଷୀ ଋଣ ବୋଝରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking