29.1 C
Bhubaneswar
Saturday, July 27, 2024
Homeଓଡିଶାଓଡିଶା ପୋଲିସର ପାରିବା ପଣିଆ ଜଣା ପଡିଗଲା : ଜୟ ନାରାୟଣ

ଓଡିଶା ପୋଲିସର ପାରିବା ପଣିଆ ଜଣା ପଡିଗଲା : ଜୟ ନାରାୟଣ

ଭୁବନେଶ୍ୱର: ବିଧାନସଭାରେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଉଠାଇଲେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର । ନବ ଦାସଙ୍କ ଷଡ଼ଯନ୍ତ୍ର ପୂର୍ଣ୍ଣ ହତ୍ୟାକାଣ୍ଡକୁ ୬୦ ଦିନ ଅର୍ଥାତ ଦୁଇ ମାସ ବିତିଲା । କିନ୍ତୁ ହତ୍ୟାକାଣ୍ଡ ର କାରଣ ସାମ୍ନା କୁ ଆସିଲା ନାହିଁ । ଏଥିରୁ ଓଡିଶା ପୋଲିସର ପାରିବା ପଣିଆ ଜଣା ପଡି ଯାଉଛି।
ନବ ଦାସଙ୍କ ହତ୍ୟାକାଣ୍ଡ ଏକ ବିଶ୍ଵ ସ୍ତରୀୟ ହତ୍ୟା କିନ୍ତୁ ଏଯାଏ ଏହାର କାରଣ ସାମ୍ନା କୁ ଆସିଲା ନାହିଁ। ବିଧାନସଭା ସରିଗଲେ ଏହି ଘଟଣା କୁ ମାହାଙ୍ଗା ଓ ଅନ୍ୟ ଘଟଣା ଭଳି ଚପାଇ ଦେବେ ସରକାର। ଏହି ଘଟଣା କଣ ହେବ ତଦନ୍ତର କୌଣସି ସମୟ ସୀମା ନାହିଁ। ବାରମ୍ବାର ଗୃହରେ ଆଲୋଚନା ହେଉଛି ଯଦି କୌଣସି ନିର‌୍ୟ୍ୟାସ ବାହାରୁନି ତେବେ ଏଇ ଗୃହର ଆବଶ୍ୟକତା କଣ ରହିଛି ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking