29.1 C
Bhubaneswar
Saturday, July 27, 2024
Homeଉତ୍କଳ ଦିବସ -୨୦୨୩ଉତ୍କଳ ଦିବସରେ କଣ ରହିଛି ଏହାର କାହାଣୀ ଜାଣନ୍ତୁ..

ଉତ୍କଳ ଦିବସରେ କଣ ରହିଛି ଏହାର କାହାଣୀ ଜାଣନ୍ତୁ..

ଭୁବନେଶ୍ୱର: ୧୯୩୬ରୁ ଏପ୍ରିଲ୍ ୧ ତାରିଖକୁ ଉତ୍କଳ ଦିବସ ବୋଲି ପାଳନ କରଯାଇଥାଏ । ଏହି ଦିନ ନୂଆ ରାଜ୍ୟ ଭାବେ ଉତ୍କଳ (ଓଡ଼ିଶା) ଗଠନ ହୋଇଥିଲା । କେହି କେହି ଏହାକୁ ଓଡ଼ିଶା ଦିବସ ବୋଲି ମଧ୍ୟ କହିଥାନ୍ତି । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ୍ ଶାସନରୁ ଓଡ଼ିଶା ଅଲଗା ହୋଇଥିଲା । ଏହାକୁ ଏକ ଅଲଗା ରାଜ୍ୟ ଭାବେ ଗଢିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନେକ ଅବଦାନ ରହିଛି । ଏଥିପାଇଁ ଏହି ମହାପରୁଷଙ୍କ ନେତୃତ୍ୱରେ ଏକ ବିରାଟ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା । ସାର୍ ଅଷ୍ଟିନ୍ ହବାକ୍ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।
ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ । ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ । ମାତ୍ର ଦୁଃଖର କଥା ଯେ, ଆଜକୁ ୮୪ ବର୍ଷ ତଳେ ମଧୁ ବାବୁ ଯେଉଁ ସ୍ୱପ୍ନ ନେଇ ସ୍ୱତନ୍ତ୍ର ଉତ୍କଳର ଚିନ୍ତା କରିଥିଲେ, ତାହା ପରବର୍ତ୍ତୀ ପିଢି ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି । ଖଣି, ଖାଦାନ, ଜଙ୍ଗଲ, ଜଳରେ ପରିପୂର୍ଣ୍ଣ ଓଡ଼ିଶା । ଓଡ଼ିଶାରେ ସବୁ ଥାଇ ମଧ୍ୟ ଆମ ରାଜ୍ୟର ଲୋକେ ଗରୀବ ହୋଇ ରହିଛନ୍ତି । ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଋଣରେ ବୁଡି ଗଲେଣି । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କାମ ମିଳୁ ନଥିବାରୁ ପେଟ ପୋଷିବା ପାଇଁ ଓଡ଼ିଆ ଲୋକ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking