27.1 C
Bhubaneswar
Saturday, July 27, 2024
Homeଓଡିଶାଗୁରୁତର ବରୁଣଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲା ଓଡିଶା- ମୋ ପରିବାର

ଗୁରୁତର ବରୁଣଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲା ଓଡିଶା- ମୋ ପରିବାର

ବରଗଡ଼ : ଯେପରି ରକ୍ତ ଅଭାବରୁ କୋଣସି ବ୍ୟକ୍ତିର ଜୀବନ ବିପଦରେ ନ ପଡ଼ିବ, ସେଥିପ୍ରତି ସର୍ବଦା ଧ୍ୟାନ ରଖିଆସୁଛି ଓଡ଼ିଶା-ମୋ ପରିବାର । ଦିନ ହେଉ ଅବା ରାତି, ଯେ କୌଣସି ସମୟରେ ରକ୍ତ ଯୋଗାଡ଼ ପାଇଁ ଓଡ଼ିଶା-ମୋ ପରିବାରକୁ କେହି ଯୋଗାଯୋଗ କଲେ, ତୁରନ୍ତ ରକ୍ତ ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ, ଆଜି ହସ୍ପିଟାଲ ବେଡ଼ରେ ସଂଘର୍ଷ କରୁଥିବା ଜଣେ ଆଇ.ସି.ୟୁରେ ଭର୍ତ୍ତି ହୋଇଥିବା ହୃଦ୍ ରୋଗୀକୁ ଉପଯୁକ୍ତ ସମୟରେ ରକ୍ତ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ବରଗଡ଼ ଜିଲ୍ଲା ରୈସାଲପଦର ଅଞ୍ଚଳର ୫୮ ବର୍ଷିୟ ବାସିନ୍ଦା ଶ୍ରୀ ବରୁଣ ସାହୁ ଗତ ନଭେମ୍ବର ୨୬ତାରିଖରେ ହାର୍ଟ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ଵରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ଅସ୍ତ୍ରୋପଚାର ଚାଲୁଥିବା ସମୟରେ ହଠାତ୍ ରକ୍ତର ଜରୁରୀ ଆବଶ୍ୟକତା ପଡ଼ିଥିଲା । ପରିବାର ବର୍ଗ ଅନେକ ଚେଷ୍ଟା କରିବା ସତ୍ତ୍ୱେ ରକ୍ତ ଯୋଗାଡ଼ କରିପାରିନଥିଲେ । ଅସହାୟ ହୋଇ ସେମାନେ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କର ସହଯୋଗ ଲୋଡିଥିଲେ । ଶ୍ରୀମତୀ ସାହୁ, ଘଟଣା ସମ୍ପର୍କରେ ଓଡ଼ିଶା-ମୋ ପରିବାର ଆବାହକଙ୍କୁ ଜଣାଇବା ପରେ ତୁରନ୍ତ ଓଡ଼ିଶା-ମୋ ପରିବାରର ଜଣେ କର୍ମଚାରୀ ଶ୍ରୀ ସଞ୍ଜୟ ସାମନ୍ତରାୟ ହସ୍ପିଟାଲରେ ପହଞ୍ଚି ରକ୍ତ ଦାନ କରିଥିଲେ । ଉଚିତ ସମୟରେ ରକ୍ତ ଯୋଗାଡ଼ କରି ଦେବାରୁ ପରିବାରବର୍ଗ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking