29.1 C
Bhubaneswar
Saturday, July 27, 2024
Homeଓଡିଶାରାଜ୍ୟର ସମସ୍ତ ବ୍ଲକ୍‌ରେ ହେବ କଏନ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ

ରାଜ୍ୟର ସମସ୍ତ ବ୍ଲକ୍‌ରେ ହେବ କଏନ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ

ଭୁବନେଶ୍ୱର : ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ ଏହି କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ୩ ମାସ ମଧ୍ୟରେ ସବୁ ବ୍ଲକ୍‌ର ବଜାର ସ୍ଥାନରେ ହେବ ଏହି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ଏଥିରେ ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବି ବଦଳାଇ ପାରିବେ।RBIର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଏବେ ବଜାରରେ ପ୍ରଚଳନ ଥିବା ୫୦ ପଇସା ଠାରୁ ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି ଓ ସବୁ ଲିଗାଲ ଟେଣ୍ଡର। ଏନେଇ ଅଧିକ ସଚେତନତା ଦରକାର। କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ। ବ୍ୟାଙ୍କଗୁଡ଼ିକ କଏନ ନେବାକୁ ମନା କରିପାରିବ ନାହିଁ। ଯଦି ବ୍ୟାଙ୍କ କାଏନ ନେବାକୁ ମନା କରୁଛି, ଲୋକେ RBIର ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଙ୍ଗ ଲୋକପାଳରେ ଅଭିଯୋଗ କରିପାରିବେ। ତା’ହେଲେ ବ୍ୟାଙ୍କଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking