29.1 C
Bhubaneswar
Thursday, July 10, 2025
Homeଓଡିଶାକେନ୍ଦ୍ରକୁ ୧୫ ଲକ୍ଷ କୋଭିସିଲ୍ଡ ମାଗିଲା ଓଡ଼ିଶା

କେନ୍ଦ୍ରକୁ ୧୫ ଲକ୍ଷ କୋଭିସିଲ୍ଡ ମାଗିଲା ଓଡ଼ିଶା

ଭୁବନେଶ୍ୱର:  ଦୁଇ ଦିନ ମଧ୍ୟରେ ରାଜ୍ୟରେ ପୁଣି କୋଭିସିଲ୍ଡ ଟିକାର ଅଭାବ ପରିଲଖିତ ହେବାକୁ ଯାଉଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଖରେ ମାତ୍ର ୬.୧୪ ଲକ୍ଷ ଡୋଜ୍ କୋଭିସିଲ୍ଡ ଗଚ୍ଛିତ ରହିଛି । ଦୈନିକ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟିକାକରଣ ହେଉଥିବାରୁ ପ୍ରକ୍ରିୟା ଚାଲୁରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ୧୫ ଲକ୍ଷ କୋଭିସିଲ୍ଡ ପଠାଇବାକୁ ଅନୁରୋଧ କରିଛି ଓଡ଼ିଶା । ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଏନେଇ ଚିଠି ଲେଖିଛନ୍ତି ।
ଶ୍ରୀ ମହାପାତ୍ର ଚିଠିରେ ଲେଖିଛନ୍ତି ଯେ ସୋମବାର ରାଜ୍ୟରେ ୪.୦୨ ଲକ୍ଷ ଟିକାକରଣ ହୋଇଛି ।

ତେବେ ଆସନ୍ତା ଦୁଇଦିନ ପରେ ସରକାରଙ୍କ ପାଖରେ ଗଚ୍ଛିତ ୬.୧୪ ଲକ୍ଷ କୋଭିସିଲ୍ଡ ସରିଯିବ । ଆସନ୍ତା ୧୫ ତାରିଖରେ ଯାଇ କୋଭିସିଲ୍ଡ ଆସିବାର ଅଛି । ଏପରିସ୍ଥଳେ ରାଜ୍ୟରେ ୯ରୁ ୧୫ ତାରିଖ ଭିତରେ ଟିକା ଅଭାବରୁ ପ୍ରକ୍ରିୟା ପ୍ରଭାବିତ ହେବ । ଏଣୁ ଓଡ଼ିଶାକୁ ଜରୁରି ଭିତ୍ତିରେ ଅତିରିକ୍ତ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ପଠାଯାଉ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଓଡ଼ିଶାକୁ ଜୁଲାଇ ମାସରେ ମୋଟ ୨୫.୩୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଆସିବାର ଅଛି । ତେବେ ଚଳିତ ମାସରେ କେବଳ ଦ୍ୱିତୀୟ ଡୋଜ୍ ନେବା ଅପେକ୍ଷାରେ ୨୮.୩୧ ଲକ୍ଷ ଲୋକ ରହିଛନ୍ତି । ଏଣୁ କେନ୍ଦ୍ର ସରକାର ରାଜ୍ୟକୁ ଅତିରିକ୍ତ ଟିକା ଯୋଗାଇବାକୁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking