16.1 C
Bhubaneswar
Tuesday, January 7, 2025
Homeଓଡିଶାଓଡ଼ିଶା ବଜେଟ୍‌ ୨୦୨୩-୨୪: କେଉଁ କ୍ଷେତ୍ର ପାଇଁ କେତେ ?

ଓଡ଼ିଶା ବଜେଟ୍‌ ୨୦୨୩-୨୪: କେଉଁ କ୍ଷେତ୍ର ପାଇଁ କେତେ ?

ଭୁବନେଶ୍ୱର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ବିଭିନ୍ନ ବିଭାଗ ପାଇଁ ବର୍ଦ୍ଧିତ ବ୍ୟୟବରାଦ କରାଯାଇଛି । ଆସନ୍ତୁ ଜାଣିବା କେଉଁ ବିଭାଗକୁ କେତେ ଟଙ୍କାର ବ୍ୟୟବରାଦ କରାଯାଇଛି ….
୧)କାଳିଆ ଯୋଜନା ବିକାଶ ପାଇଁ ୧୮୭୯ କୋଟି
୨)ଓଡ଼ିଶା ମିଲେଟ୍ ମିଶନ ବିକାଶ ପାଇଁ ୪୯୭ କୋଟି
୩) କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି(ଓୟୁଏଟି) ବିକାଶ ପାଇଁ ୧୬୬କୋଟି
୪) ଉଦ୍ୟାନ କୃଷି ଫସଲର ପ୍ରୋତ୍ସାହନ ବିକାଶ ପାଇଁ ୩୮୧ କୋଟି
୫) ଜାତୟ ଉଦ୍ୟାନ କୃଷି ମିଶନ ବିକାଶ ପାଇଁ ୧୨୧ କୋଟି
୬) କ୍ଷୁଦ୍ର ଜଳସେଚନା ବିକାଶ ପାଇଁ ୪୫ କୋଟି
୭) ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିୱାଇ) ପାଇଁ ୩୦୬ କୋଟି
୮) କୃଷି ଋଣ ଉପରେ ସୁଧ ସବ୍‌ସିଡି/ରିହାତି ପାଇଁ ୮୩୬ କୋଟି
୯) ସାର ଓ ବିହନ କିଣିବା ପାଇଁ ସୁଧମୁକ୍ତ ଋଣ ନିମନ୍ତେ ୨୦୦କୋଟି
୧୦) ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିକାଶ ପାଇଁ ୬୦୦ କୋଟି
୧୧) ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ପାଇଁ ୧୭୬୯ କୋଟି
୧୨) ସଘନ ଜଳଚାଷ ଓ ଆଭ୍ୟନ୍ତରୀଣ ମତ୍ସ୍ୟ ବିକାଶ ପାଇଁ ୧୪୩ କୋଟି
୧୩) ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପାଇଁ ୨୧୦ କୋଟି
୧୪) ସରକାରୀ ମତ୍ସ୍ୟ ଫାର୍ମର ନବୀକରଣ ଓ ଉନ୍ନତିକରଣ ପାଇଁ ୨୨୦ କୋଟି
୧୫) କୁକୁଡ଼ା ବିକାଶ ଯୋଜନାରେ ବିକାଶ ପାଇଁ ୧୫୭ କୋଟି
୧୬) ଜଳସେଚନ କ୍ଷେତ୍ରର ବିକାଶ ପାଇଁ ୧୧,୬୫୫ କୋଟି
୧୭) କନ୍ଧମାଳର ଖଡ଼ଗୋଠାରେ ୨୦ଟି ଇନ୍‌ଷ୍ଟ୍ରମ୍ ଷ୍ଟୋରେଜ୍ ଷ୍ଟ୍ରକ୍‌ଚର୍ ନିର୍ମାଣ ପାଇଁ ୮୫୪ କୋଟି
୧୮) ପାର୍ବତୀ ଗିରି ମେଗା ଉଠଶ ଜଳସେଚନ ବିକାଶ ପାଇଁ ୫୦୦ କୋଟି
୧୯) ବିଜୁ କୃଷକ ବିକାଶ ଯୋଜନା(ବିକେଭିୱାଇ) ପାଇଁ ୪୦୦ କୋଟି
୨୦) ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ପାଇଁ ୧୯୧ କୋଟି
୨୧) ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି
୨୨) ବନ୍ୟା ନିୟନ୍ତ୍ରଣ ବନ୍ଧକୁ ସୁଦୃଢ଼ କରିବା ଏବଂ ଡ୍ରେନେଜ୍ ଉନ୍ନତି କାର୍ଯ୍ୟ ପାଇଁ ୯୬୧ କୋଟି
୨୩) ଜନସ୍ୱାସ୍ଥ୍ୟ ସେବା ବିକାଶ ପାଇଁ ୧୬,୦୪୮ କୋଟି
୨୪) ମାଗଣା ଔଷଧ ଯୋଗାଣ ପାଇଁ ୨୩୮୦ କୋଟି
୨୫) ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୩,୦୦୩ କୋଟି
୨୬) ଏସ୍‌ସିବି ପୁନଃବିକାଶ ପାଇଁ ୧,୪୦୦ କୋଟି
୨୭) ୧୦୮ ଆମ୍ବୁଲାନ୍ସ ସେବାରେ ୨୩୬ଟି ନୂତନ ଆମ୍ବୁଲାନ୍ସ ସାମିଲ୍ କରିବା ପାଇଁ ୨୫୦ କୋଟି
୨୮) ହରିଶ୍ଚନ୍ଦ୍ର ସହାୟତା ଗ୍ରାମାଞ୍ଚଳ ପାଇଁ ୨୦୦୦ଟଙ୍କାରୁ ୩୦୦୦ ଏବଂ ସହରାଞ୍ଚଳ ପାଇଁ ୩୦୦୦ରୁ ୪୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି ।
୨୯) ମିଶନ ଶକ୍ତି କାର୍ଯ୍ୟକ୍ରମ ବିକାଶ ପାଇଁ ୨୫୫୪ କୋଟି
୩୦) ଜାତୀୟ ଗ୍ରାମୀଣ ଜୀବିକା ମିଶନ(ଏନ୍‌ଆର୍‌ଏଲ୍‌ଏମ୍‌) ବିକାଶ ପାଇଁ ୯୯୬ କୋଟି
୩୧) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ସଂଘକୁ ୯୮୯ କୋଟି
୩୨) ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ୩୦,୦୩୦ କୋଟି
୩୨) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨, ୫୨୮ କୋଟି
୩୩) ମୋ ସ୍କୁଲ୍ ଅଭିଯାନ ବିକାଶ ପାଇଁ ୮୦୫ କୋଟି
୩୪) ଉଚ୍ଚଶିକ୍ଷା ବିଭାଗ ବିକାଶ ପାଇଁ ୩,୧୭୩ କୋଟି
୩୫) ମୋ କଲେଜ୍ ଅଭିଯାନ ପାଇଁ ୧୭୦ କୋଟି
୩୬) ଲାପ୍‌ଟପ୍ ବଣ୍ଟନ ପାଇଁ ୫୦ କୋଟି
୩୭) ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି
୩୮) ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ବିକଶ ପାଇଁ ୨୦୦୦କୋଟି
୩୯) ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୧୫୦୦ କୋଟି
୪୦) କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ୧,୨୧୭ କୋଟି
୪୧) କ୍ରୀଡା ଓ ଅନ୍ୟାନ୍ୟ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୧୦୪୪ କୋଟି
୪୨) ବିଭିନ୍ନ ମହିଳା ଓ ଶିଶୁ କେନ୍ଦ୍ରୀତ ନୀତି କଲ୍ୟାଣମୂଳକ ପଦକ୍ଷେପ ପାଇଁ ୩,୬୭୦ କୋଟି
୪୩) ସାମାଜିକ ସୁରକ୍ଷା ବ୍ୟବସ୍ଥା ବିକାଶ ପାଇଁ ୪,୨୯୯୯ କୋଟି
୪୪) ଅନୁସୂଚିତ ଜାତି, ଜନଜାତି, ଓବିସି ଓ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ୩୮,୪୩୭ କୋଟି
୪୫) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୫,୯୩୪ କୋଟି
୪୬) ବିଜୁ ପକ୍କାଘର ଯୋଜନା ପାଇଁ ୪୮୭ କୋଟି
୪୭) ସହରାଞ୍ଚଳ ଗରିବଙ୍କ ପାଇଁ ପକ୍କା ଘର ପାଇଁ ୬୦୦ କୋଟି
୪୮) ପାଇପ୍ ଯୋଗେ ପାନୀୟଜଳ ଯୋଗାଇବା ପାଇଁ ୧୩,୨୧୫ କୋଟି
୪୯) ବସୁଧା ଯୋଜନା ବିକାଶ ପାଇଁ ୪୫୭ କୋଟି
୫୦) ଜଳ ଜୀବନ ମିଶନ ପାଇଁ ୫,୭୫୦ କୋଟି
୫୧) ଏମ୍‌ଜିଏନ୍‌ଆର୍‌ଇଜିଏସ୍ ପାଇଁ ୧୮୦୦ କୋଟି
୫୨) ବିପର୍ଯ୍ୟୟ ଜନିତ ପ୍ରବସକୁ ରୋକିବା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍ କୁ ୫୦୦ କୋଟି
୫୩) ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ବିକାଶ ପାଇଁ ୪୦୦ କୋଟି
୫୪) ସଡ଼କ, ରେଳପଥ ଓ ପରିବହନ ବିକାଶ ପାଇଁ ୫୧,୬୮୩ କୋଟି
୫୫) ରେଳ ପ୍ରକଳ୍ପ ବିକାଶ ପାଇଁ ୩୨୦ କୋଟି
୫୬) ଢ଼େଙ୍କାନାଳ ବିରସାଲସ୍ଥିତ ବିଜୁପଟ୍ଟନାୟକ ଏରୋସ୍ପେସ୍ ଏକାଡେମୀର ବିକାଶ ପାଇଁ ୨୭୫ କୋଟି
୫୭) ଉନ୍ନତ ରାଇଡିଂ କ୍ୱାଲିଟିର ବିକାଶ ପାଇଁ ୪୬୦୦ କୋଟି
୫୮) ବିଜୁ ସେତୁ ଯୋଜନାରେ ୫୨୬ଟି ନୂଆ ସେତୁ ପ୍ରକଳ୍ପ ପାଇଁ ୧୯୦୦ କୋଟି
୫୯) ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ବିକାଶ ପାଇଁ ୨୦୭୧ କୋଟି
୬୦) ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୧,୧୮୨ କୋଟି
୬୧) ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ ୩,୦୦୩ କୋଟି
୬୨) ଶିଳ୍ପ ବିଭାଗର ବିକାଶ ପାଇଁ ୭୯୦ କୋଟି
୬୩) ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ର ବିକାଶ ପାଇଁ ୬୪୮ କୋଟି
୬୪) ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ବିକାଶ ପାଇଁ ୩୫୬ କୋଟି
୬୫) ସହରାଞ୍ଚଳ ଓଡ଼ିଶାର ରୂପାନ୍ତରଣର ବିକାଶ ପାଇଁ ୭,୯୧୪ କୋଟି
୬୬) ବନୀକରଣ ଓ ବନପ୍ରାଣୀ କାର୍ଯ୍ୟକଳାପ ପାଇଁ ୧,୦୨୭ କୋଟି
୬୭) ଐତିହ୍ୟ ସହର ପୁରୀର ବିକାଶ ପାଇଁ ୨୨୪ କୋଟି
୬୮) ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ୧୫୦ କୋଟି
୬୯) ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୪୦୦ କୋଟି
୭୦) ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ୩୦ କୋଟି
୭୧) ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ବିକାଶ ପାଇଁ ୩୨୫ କୋଟି
୭୨) ବିପର୍ଯ୍ୟୟ ପରିଚାଳନାର ବିକାଶ ପାଇଁ ୩୭୦୦ କୋଟି
୭୩) ରାଜସ୍ୱ ପ୍ରଶାସନ, ସର୍ବେକ୍ଷଣ ଓ ବନ୍ଦୋବସ୍ତ ଏକତ୍ରୀକରଣ କାର୍ଯ୍ୟ ଏବଂ ପଞ୍ଜିକରଣ ପାଇଁ ୧,୫୮୭ କୋଟି
୭୪) ଆଭ୍ୟନ୍ତରୀଣ ନିରାପତ୍ତା ଓ ନ୍ୟାୟିକ ପ୍ରଶାସନ ବିକାଶ ପାଇଁ ୮, ୧୩୦ କୋଟି
୭୫) ଆରକ୍ଷୀ, ଅଗ୍ନିଶମ ଏବଂ କାରାଗାର ସଂଗଠନର ଗୃହ ନିର୍ମାଣ ପାଇଁ ୩୯୫ କୋଟି
୭୬) ଓଡ଼ିଆ ଭାଷା ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ୨୦୦ କୋଟି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking