29.1 C
Bhubaneswar
Sunday, May 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନରେ ଋଷର ଯୁଦ୍ଧ ବିମାନ କ୍ରାସ, ପାଇଲଟ ମୃତ

ୟୁକ୍ରେନରେ ଋଷର ଯୁଦ୍ଧ ବିମାନ କ୍ରାସ, ପାଇଲଟ ମୃତ

ମସ୍କୋ: ଋଷିଆରେ ବିମାନ ଦୁର୍ଘଟଣା । ସାମରିକ ଯୁଦ୍ଧ ବିମାନ ଏସୟୁ ୨୫ ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ପାଇଲଟଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ ସୀମା ନିକଟ ବେଲଗୋରୋଡ ଅଞ୍ଚଳରେ ଯୁଦ୍ଧ ବିମାନଟି କ୍ରାସ ହୋଇଥିବା ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର କହିବା ଅନୁଯାୟୀ, ଗତକାଲି ଯୁଦ୍ଧ ବିମାନ ଏସୟୁ ୨୫ କୋମ୍ବାଟ ମିଶଷ ଶେଷ, କରିବା ପରେ ବେସକୁ ଫେରୁଥିଲା । କିନ୍ତୁ ଅବତରଣ ପୂର୍ବରୁ ବୈଷୟିତ ତୃଟି ଯୋଗୁଁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।

ଏହି ସମୟରେ ବିମାନର କକପିଟ ଦେଇ ପାଇଲଟ ଜଣଙ୍କ ବାହାରକୁ ପଳାଇ ଆସିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟ କେହି ଏହି ଦୁର୍ଘଟଣାରେ ଆହତ ହୋଇନାହାନ୍ତି । ଜାନୁଆରୀ ୧୫ ତାରିଖରେ ନେପାଳରେ ଏକ ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ରାଜଧାନୀ କାଠମାଣ୍ଡୁରେ ଅବତରଣ ସମୟରେ ରନୱେରେ କ୍ରାସ ହୋଇଥିବା ଏକ ଯାତ୍ରୀବାହୀ ବିମାନ । ବିମାନରେ କ୍ରୁ ମେମ୍ବରଙ୍କୁ ମିଶାଇ ମୋଟ ୭୨ ଜଣ ଥିଲେ । ସମସ୍ତଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାର ତିନିଦିନପରେ ବିମାନର ବ୍ଲାକ ବକ୍ସ ମିଳିଥିଲା । ସେହିପରି ଚଳିତ ମାସ ୧୭ ତାରିଖରେ ଆମେରିକାରେ ସେନା ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରେନିଂ ସମୟରେ କ୍ରାସ ହୋଇଥିଲା ସେନା ବିମାନ । ଫଳରେ ଦୁଇ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଆମେରିକା ଅଲବାମାର ହଣ୍ଟସବିଲେ ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ବିମାନ ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking