ସିନାପାଲି : ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଗିନିଜ ବୁକ୍ରେ ଏକ ନୂତନ ରେକର୍ଡ ସ୍ଥାପନ କରି ଓଡିଶା ପାଇଁ ଗର୍ବ ଆଣି ଦେଇଛନ୍ତି । ପୂର୍ବ ରୁ ସଚିନ ଗୋଟିଏ ମିନିଟ୍ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ୍ରେ ଗିନିଜ ବୁକ୍ ଅଫ୍ ଆୱାର୍ଡ ରେକର୍ଡ ରେ ନିଜର ନାମ କୁ ଲିପିବଦ୍ଧ କରିଥିଲେ । ନୂଆପଡ଼ାର ଏହି ଦୁଃସାହସିକ କ୍ରୀଡାବିତ୍ ସଚିନ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଞ୍ଚ କେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ୍ କରି ପାକିସ୍ତାନ ର ମୁଷ୍ଟି ଯୋଦ୍ଧା ମହମ୍ମଦ ରସିଦ୍ ଙ୍କ ନାମରେ ଥିବା ୧୭୮ ନିଷ୍ଟାଇକ୍ କୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ ବୁକ୍ ରେକର୍ଡ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଜିଲ୍ଲା ଆଥଲେଟିକ ସମ୍ପାଦକ ସୌମ୍ୟରଞ୍ଜନ ପରିଜା, ଓଲିଉଡ କଲାକାର ଅଖିଲେଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସଚିନକୁ ଉତ୍ସାହିତ କରିଥିଲେ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଲରକା ଗ୍ରାମର ଲକ୍ଷ୍ମିପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ପୁଅ ସଚିନ ବେହେରା ଅଟନ୍ତି । ନିଜ ଗ୍ରାମ ସ୍କୁଲରେ ପାଠପଢୁଥିଲେ । ହେଲେ ଉତ୍ତମ ଶିକ୍ଷା ପାଇଁ କଲାହାଣ୍ଡିର କେସିଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନାମ ଲେଖାଇଥିଲେ । ସ୍କୁଲ ଶିକ୍ଷା ସମାପ୍ତ କରି ସେଠାରୁ ଅଧିକ ଶିକ୍ଷା ହାସଲ୍ କରିବା ପାଇଁ ଭୁବନେଶ୍ୱର ସ୍ଥିତ ନବଜ୍ୟୋତି ଯୁକ୍ତ ଦୁଇ କଲେଜରେ ଶିକ୍ଷାଗ୍ରହଣ କରୁଥିଲେ । ଏବେ ଭୁବନେଶ୍ୱର ର ହାଇଟେକ କଲେଜ ଅଫ୍ ଫିଜିଓଥେରାପିରେ ଇଣ୍ଟର୍ଣ୍ଣସିପ୍ କରୁଛନ୍ତି । ପିଲାଦିନରୁ ତାଙ୍କ କ୍ରିଡ଼ା ପ୍ରତି ଆଗ୍ରହ ରହିଥିବା ବେଳେ ଏଥିପ୍ରତି ସେ କଠୋର ପରିଶ୍ରମ କରୁଥିଲେ । ପ୍ରଥମେ ୧ଶହ ମିଟର ଧାବକ ଭାବରେ ପରିଚିତ ଥିଲେ । ପୂର୍ବରୁ ପ୍ରଶିକ୍ଷକ ସତ୍ୟପାର ପ୍ରଧାନ ଙ୍କ ତତ୍ୱାବଧାନରେ ନିଷ୍ଟାଇକ୍ ଭାବେ ଗିନିଜ ବୁକ୍ ରେ ନିଜ ନାମ ଲିପିବଦ୍ଧ କରିଥିଲେ । ସଚିନ ଙ୍କ ଇଛା ଥିଲା ସେ ଆଣ୍ଠୁ ପ୍ରଘାତ ବିଶ୍ୱ ରେକର୍ଡ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିବେ । ସେଥିପାଇଁ ଦିନକୁ ୧୦ ଘଣ୍ଟା ପରିଶ୍ରମ କରି ୪ମାସ ପରିଶ୍ରମ କରି ଗିନିଜ ବୁକ୍ ରେ ନିଜ ନାମ ଲିପିବଦ୍ଧ କରିଥିଲେ । ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ଭୁବନେଶ୍ୱର ରେ ଆୟୋଜିତ ଏକ ସମାବେଶରେ ସଚିନ ପାଞ୍ଚ କେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟରେ ୨୦୪ ଥର ଆଣ୍ଠୁ ପ୍ରଘାତ କରି ପାକିସ୍ତାନ ର ମୁଷ୍ଟି ଯୋଦ୍ଧା ମହମ୍ମଦ ରସିଦ୍ ଙ୍କ ରେକର୍ଡ ଭାଙ୍ଗି ନୀଜ ନାମର କିର୍ତ୍ତୀ ମାନ ସ୍ଥାପନ କରିଛନ୍ତି । ତାଙ୍କ ଏହି ସଫଲତା ପାଇଁ ହାଇଟେକର ଅଧ୍ଯକ୍ଷ ତିରୁପତି ପାଣିଗ୍ରାହୀ ,ନବଜ୍ୟୋତି ଜୁନିଅର ସାଇନ୍ସ କଲେଜ ଅଧ୍ୟକ୍ଷ ଶାନ୍ତନୁ ମହାପାତ୍ର ଙ୍କୁ ସଚିନ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏକ୍ସପୋର୍ଟ ୱାଟନେସ୍ ଭାବରେ ସୌମ୍ୟରଞ୍ଜନ ଦାସ, ସନ୍ଦିପ ମହାନ୍ତି, ଅମନ ପାଣ୍ଡେ, ଗୁରୁପ୍ରସାଦ ପଟ୍ଟନାୟକ, ସସ୍ମିତା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।