34.1 C
Bhubaneswar
Friday, March 29, 2024
Homeଓଡିଶାବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବେଳେ ଓକିଲଙ୍କ ଠାରୁ ଲୁଟ କରି ଚମ୍ପଟ ମାରିଲେ ଲୁଟେରା

ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବେଳେ ଓକିଲଙ୍କ ଠାରୁ ଲୁଟ କରି ଚମ୍ପଟ ମାରିଲେ ଲୁଟେରା

ସମ୍ବଲପୁର: ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବେଳେ ଓକିଲଙ୍କ ଠାରୁ ଲୁଟ କରି ଚମ୍ପଟ ମାରିଲେ ଲୁଟେରା । ସ୍ପଷ୍ଟ ଦିବାଲୋକରେ ୧୫ଲକ୍ଷ ଟଙ୍କା ଲୁଟ । ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲି ଠାରେ ହୋଇଛି ଲୁଟ । ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବେଳେ ଜଣେ ଓକିଲଙ୍କ ଠାରୁ ଲୁଟ ହୋଇଛି । ରାଜେଶ ସାହୁ ଷ୍ଟେଟ ବ୍ୟାଙ୍କରୁ ୧୫ଲକ୍ଷ ଟଙ୍କା ବ୍ୟାଗରେ ନେଇ ଆସୁଥିବା ବେଳେ ବାଇକ୍‌ରେ ୨ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ରାଜେଶ ସେମାନଙ୍କ ପଛରେ ଗୋଡ଼ାଇଥିଲେ ସୁଦ୍ଧା ଲୁଟେରା ଦ୍ରୁତ ଗତିରେ ବାଇକରେ ପଳାଇଯାଇଥିଲେ । ୨ଲୁଟେରା ରାଜେଶଙ୍କୁ ବ୍ୟାଙ୍କରୁ ପିଛା କରିଥିଲେ ସୁଦ୍ଧା ତାଙ୍କ ଘର ନିକଟରେ ଟଙ୍କା ବ୍ୟାଗ ଲୁଟି ନେଇଥିଲେ । ଏନେଇ ରାଜେଶ ସଦର ଥାନାରେ ଅଭିଯୋଗ କରିଛନ୍ତି । ଲୁଟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ୨ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking