26.1 C
Bhubaneswar
Friday, March 29, 2024
Homeଓଡିଶାଆନ୍ଧ୍ରରେ ଶ୍ରମିକ ନିର୍ଯାତିତ, ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

ଆନ୍ଧ୍ରରେ ଶ୍ରମିକ ନିର୍ଯାତିତ, ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଏଁର୍ ଗ୍ରାମର ଏକ ପରିବାର ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ଫସି ରହିଥିବା ବେଳେ ଗରିବ ସେନା ଜିଲ୍ଲା ସଭାପତି ରବି ମଙ୍ଗରାଜଙ୍କ ସହାୟତା ରେ ପରିବାର ର ମୁଖିଆ ଚିତ୍ତରାମ ଦିପ (୩୮) ନୂଆପଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଉଦ୍ଧାର ପାଇଁ ଲିଖିତ ନିବେଦନ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଚିତ୍ତରାମ ଦିପ ଜଣେ ଗରିବ ଶ୍ରେଣୀ ର ହୋଇଥିବା ବେଳେ କୁଲିମଜୁରି କରି ପେଟପାଟଣା କରନ୍ତି । ଗତ ୨୦୨୧ ମସିହା ଅଗଷ୍ଟ ମାସରେ ପରିବାର ର ଅସୁବିଧା ହେତୁ ଶ୍ରୀ ଦିପ ନିଜ ସ୍ତ୍ରୀ ପିଲାଙ୍କୁ ଧରି ଆନ୍ଧ୍ରକୁ ଯାଇ ସେଠାର ଏସଏମଆର କମ୍ପାନୀରେ ଇଟା କାମ କରୁଥିଲେ । ସେଠାରେ କିଛି ଦିନ କାମ କଲାପରେ ସେଟ୍ ଙ୍କୁ ପାରିଶ୍ରମିକ ଟଙ୍କା ମାଗିଲେ ହେଲେ ସେଟ୍ ଆଉ କିଛି ଦିନ କାମ କର ପରେ ଟଙ୍କା ଦେବି ବୋଲି ପ୍ରତିଶ୍ରୁତି ଦେଲେ । ହେଲେ ଗାଁରୁ ହଟାତ ବାପାଙ୍କ ଦେହ ଖରାପ ଘଟଣାର ଫୋନକଲ ଯାଇଥିବାରୁ ପୁଣି ସେଟ୍‌କୁ ଶ୍ରୀ ଦିପ ଟଙ୍କା ମାଗିଲେ । ହେଲେ ସେଟ୍ ଟଙ୍କା ନଦେବାରୁ ସେଠାକାର ଜଣଙ୍କ ଠାରୁ ଟଙ୍କା କରଜ କରି ଗାଁକୁ ଫେରି ବାପାଙ୍କୁ ହସ୍‌ପିଟାଲ ନେଇ ଆଡମିଶନ କଲେ । ହେଲେ ଆଜିକୁ ୩ମାସ ହେଲା ଶ୍ରୀ ଦିପଙ୍କ ପରିବାର ସହ ସେଟ୍ କଥାବାର୍ତ୍ତା କରାଇ ଦେଉନଥିବା ବେଲେ ଟଙ୍କା ମାଗିଲେ ଟଙ୍କା ମଧ୍ୟ ଦେଉନାହିଁ ବରଂ ନିର୍ଯାତନା ଦେଉଥିବା ବେଳେ ମୋତେ ଜୀବନରେ ମାରିଦେବି ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଛି । ଶ୍ରୀ ଦିପଙ୍କ ସ୍ତ୍ରୀ ସମେତ ତାଙ୍କ ୧୪ ବର୍ଷର ଗୋଟିଏ ଝିଅ ଓ ୪ବର୍ଷର ଝିଅ ସେଟ୍‌ର ସେଠାରେ ଫସି ରହିଛନ୍ତି । ଏନେଇ ଗରିବ ସେନା ଜିଲ୍ଲା ସଭାପତି ଶ୍ରୀ ମଙ୍ଗରାଜ ଙ୍କ ସାହାଯ୍ୟରେ ଶ୍ରୀ ଦିପ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲା ଶ୍ରମ ବିଭାଗରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking