ବଲାଙ୍ଗିର, (ଦେବାଶିଷ ମିଶ୍ର)- ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଗାନ୍ଧୀଷ୍ଟାଡିୟମଠାରେ ଆୟୋଜିତ ମ୍ୟାଚରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଷ୍ଟାଡିଆମ ଠାରେ ଅନୁଷ୍ଠିତ ମ୍ୟାଚରେ ପାଟଣାଗଡ଼ ଦଳ ବିଜୟୀ ହୋଇଛି ।
ବଲାଙ୍ଗିର ଗାନ୍ଧୀଷ୍ଟାଡିୟମଠାରେ ଆୟୋଜିତ ମ୍ୟାଚରେ ଆଜି ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ଓ ବଙ୍ଗୋମୁଣ୍ଡା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ୟଙ୍ଗ ଷ୍ଟୁଡେଣ୍ଟ ଦଳ ୪୭.୨ ଓଭରରେ ସମସ୍ତ ଉଇକେଟ ହରାଇ ୨୩୧ ରନ୍ ସ୍କୋର କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ଅକ୍ଷୟ ପ୍ରସାଦ ସର୍ବାଧିକ ୧୧୨ ଓ କୁଲଦୀପ ସୁନା ୪୫ ରନ ସଂଗ୍ରହ କରିଥିଲେ । ବଙ୍ଗୋମୁଣ୍ଡା କ୍ରିକେଟ ଦଳ ତରଫରୁ ଶ୍ୟାମ ବଛା ସର୍ବାଧିକ ୫ ଗୋଟି ଓ ଶଶୀଭୂଷଣ ମାଝୀ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ୨୩୨ ରନ୍ର ଲକ୍ଷକୁ ପିଛା କରିବାକୁ ଯାଇ ବଙ୍ଗୋମୁଣ୍ଡା କ୍ରିକେଟ ଦଳ ୨୬.୧ ଓଭରେ ୧୦୬ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବାବେଳେ ସମସ୍ତ ଉଇକେଟ ସହିତ ମ୍ୟାଚ ହରାଇ ବସିଥିଲେ । ବଙ୍ଗୋମୁଣ୍ଡା କ୍ରିକେଟ ଦଳ ତରଫରୁ ଶଶୀଭୂଷଣ ମାଝୀ ସର୍ବାଧିକ ୩୦ ରନ୍ ଓ ଶ୍ୟାମ ବଛ ୨୦ ରନ୍ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ କୁଲଦୀପ ସୁନା ୩ ଗୋଟି ଉଇକେଟ ଓ ଚରଞ୍ଜିତ ସାହାଣୀ ୩ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଅକ୍ଷୟ ପ୍ରସଦଙ୍କୁ ତାଙ୍କ ଶତକୀୟ ପରି ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ମନୋନିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ପୃଥ୍ୱୀରାଜ ମିଶ୍ର ଓ ନାରାୟଣ ମେହେର ପରିଚାଲନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।
ସେହିପରି ପାଟଣାଗଡ ଷ୍ଟାଡିଅୟଠାରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତା ଆଜି ପଟଣାଗଡ଼ ଦଳ ଓ କଣ୍ଟାବାଞ୍ଜି କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଣ୍ଟାବାଞ୍ଜି କ୍ରିକେଟ ଦଳ ଟସ ଜିତି ପ୍ରଥମେ ବେଟିଂ କରିବାର ନିଷ୍ପତ୍ତି ନେଇଥିଲା । କଣ୍ଟାବାଞ୍ଜି ଦଳ ପ୍ରଥମେ ବ୍ୟାଟିଂ କରି ୪୫.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୯୪ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା । କଣ୍ଟାବାଞ୍ଜି ଦଳ ତରଫରୁ ରୁଦ୍ର ବାଗ ସର୍ବାଧିକ ୩୭ ରନ୍ ଓ ମିଥୁନ ତାଣ୍ଡି ୨୮ ରନ୍ କରିଥିଲେ । ପଟଣାଗଡ଼ କ୍ରିକେଟ ଦଳ ତରଫରୁ ସାଗର ପରୁଆ ସର୍ବାଧିକ ,୪ ଗୋଟି,ପଲ୍ଲବ ନାଗ ୩ ଓ ବିଶାଳ ହାତୀ ୨ ଗୋଟି ୱକେଟ ଅକ୍ତିଆର କରିଥିଲେ । ୧୯୫ ରନ୍ର ଲକ୍ଷକୁ ପିଛା କରିବାକୁ ଯାଇ ପାଟଣାଗଡ଼ କ୍ରିକେଟ ଦଳ ୩୨ ଓଭରେ ୫ ୱିକେଟ ହରାଇ ଆବଶ୍ୟକିୟ ୧୯୫ ରନ ସଂଗ୍ରହ କରି ନେଇ ଥିଲେ । ପଟଣାଗଡ଼ ଦଳ ତରଫରୁ ରାହୁଲ ରାଉତ ୯୪ ରନ୍ ଓ ବିକାଶ ବନ ହହର ୩୧ ରନ୍ ସଂଗ୍ରହ କରିଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ସମୀର ଖାନଙ୍କୁ ୨ ଉଇକେଟ ମିଳିଥିଲା । ଫଳରେ ପଟଣାଗଡ଼ କ୍ରିକେଟ ଦଳ ୫ ଉଇକେଟ ରେ ବିଜୟୀ ହୋଇଥିଲେ । ସାଗର ପାରୁଆଙ୍କୁ ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ସମୀର ପାଣିଗ୍ରାହୀ ଓ ରଜତ ଦାଶ ପରିଚାଲନା କରିଥିବା ବେଳେ ଶୁଭମ ନାୟକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।