38.1 C
Bhubaneswar
Tuesday, April 23, 2024
Homeଓଡିଶାସିଆରପିଏଫ୍‌ର ୮୨ତମ ସ୍ଥାପନା ଦିବସ ଅବସରରେ ଚାରାରୋପଣ

ସିଆରପିଏଫ୍‌ର ୮୨ତମ ସ୍ଥାପନା ଦିବସ ଅବସରରେ ଚାରାରୋପଣ

ରାଉରକେଲା : ରିର୍ଜଭ  ପୋଲିସ କାର୍ଯ୍ୟାଳୟ ନିକଟରେ ଥିବା ୧୯ ବ୍ୟାଟାଲିୟାନ କେନ୍ଦ୍ରିୟ ରିର୍ଜଭ ପୁଲିସ ଫୋର୍ସ (ସିଆରପିଏଫ)ର ୮୨ତମ ସ୍ଥାପନା ଦିବସ ଅବସରରେ ଆଜି କ୍ୟାମ୍ପ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ୧୯ ବ୍ୟାଟାଲିୟାନ କମାଡେଂଟ ରାଜେଶ କୁମାରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଶତାଧିକ ବୃକ୍ଷ ଚାରା ଲଗାଯାଇଥିଲା । ଯେପରି ଜାମୁକୋଳି, ଗୁଲମୋହନ, ପିଜୁଳି, ଔଷଧୀୟ ଓ ଫୁଲ ଗଛ ଲଗାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ନେଇ କମାଡେଂଟ କହିଥିଲେଯେ, ସ୍ଥାପନା ଦିବସକୁ ନେଇ ସିଆରପିଏଫ ପକ୍ଷରୁ ଗତ ୭ ଦିନରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ସ୍ୱଚ୍ଛ ଭାରତ ସଫେଇ ଅଭିଯାନକୁ ନେଇ ପାନପୋଷ ରେଳୱେ ଷ୍ଟେସନ ପରିସରକୁ ସଫା କରାଯିବା ସହିତ ପାନପୋଷର ଆଖପାଖ ଅଂଚଳ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର ଓ ଅନ୍ୟାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଜି ଏହି ଅବସରରେ ସିଏମଓ ଅଶ୍ୱିନୀ କୁମାର, ସେକେଣ୍ଡ କମାଡେଂଟ ତାରାଚନ୍ଦ ଭଟ୍ଟ, ଡେପୁଟି କମାଡେଂଟ ଚେତାରାମ ବରକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ଯବାନ ମାନେ ଏକତ୍ରୀତ ହୋଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking