33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆତଙ୍କ ଖେଳାଇଥିଲା ଏହି ମଙ୍କି ମ୍ୟାନ

ଆତଙ୍କ ଖେଳାଇଥିଲା ଏହି ମଙ୍କି ମ୍ୟାନ

ଭୁବନେଶ୍ୱର: ଆଜି ଆମେ ଏମିତି ଏକ ଜୀବ ବିଷୟରେ ଜାଣିବା ଯିଏ ଭାରତର ରାଜଧାନୀ ଦିଲ୍ଲୀରେ ଆତଙ୍କ ରଚାଇଥିଲା । ଆମ ଦୁନିଆରେ ଅନେକ ପ୍ରକାରର ଜୀବ ବାସ କରନ୍ତି । ଯାହାକୁ ବିଜ୍ଞାନ ଆଜି ପର୍ଯ୍ୟନ୍ତ ସଠିକ ଭାବରେ ଜାଣିପାରିନାହିଁ ।
ବର୍ଷ ୨୦୦୧ । ପୂର୍ବ ଦିଲ୍ଲୀରେ ୪ ଫୁଟ ଲମ୍ବା ଏକ ମାଙ୍କଡ ଆସିଥିବା ଖବର ସାମ୍ନାକୁ ଆସିଥିଲା । ଯିଏ ବିଳମ୍ବିତ ରାତିରେ ଲୋକଙ୍କ ଘରେ ପଶି ସେମାନଙ୍କ ଉପରକୁ ଆକ୍ରମଣ କରୁଥିଲା । ସେହି ମାଙ୍କଡ ର ଧାରୁଆ ପଂଝା ରହିଥିଲା ଏବଂ ତା ଆଖିରେ ଲାଲ ରଂଗର କିରଣ ବାହାରୁଥିଲା । ଖାଲି ଏତିକି ନୁହେଁ , ସେହି ମାଙ୍କଡ ଲମ୍ବା ଲମ୍ଫ ଡିଆଁ ମଧ୍ୟ ମାରିପାରୁଥିଲା । ଆଖି ପିଛୁଳାକେ ଗୋଟିଏ କୋଠାରୁ ଅନ୍ୟ ଏକ କୋଠାକୁ ଡେଇଁବାରେ ମାହିର ଥିଲା । ଲୋକମାନେ ତାଙ୍କୁ କଳା ମାଙ୍କଡ କହିବାକୁ ଲାଗିଲେ । ପରେ ଅନେକ ଖବର କାଗଜ ଏହାକୁ ମଙ୍କି ମ୍ୟାନ ଆଖ୍ୟା ଦେଇଥିଲେ । କିଛି ଲୋକଙ୍କ କହିବାନୁସାରେ, ଏହି ଜୀବ ହେଲମେଟ ପିନ୍ଧୁଥିଲା । ଆଉ କିଛି ପ୍ରତ୍ୟକ୍ଷଦର୍ଶୀ ତା ଛାତିରେ ନିଳ ରଙ୍ଗର ଲାଇଟ ଥିବା ମଧ୍ୟ କୁହନ୍ତି । ତାର ଆଖି ସବୁବେଳେ ନାଲି ଦେଖାଯାଏ । ଗରମରୁ ରକ୍ଷା ପାଇବା ପାଇଁ ମଙ୍କି ମ୍ୟାନ ଛାତରେ ଖୋଲାରେ ଶୋଇଥିବା ବ୍ୟକ୍ତିଙ୍କ ଉପରକୁ ଅଚାନକ ଅନ୍ଧାର ରାତିରେ ଆକ୍ରମଣ କରୁଥିଲା । ଆଉ ନିଜର ଧାରୁଆ ପଞ୍ଝାରେ ସେମାନଙ୍କୁ ରକ୍ତାକ୍ତ କରି ଚମ୍ପଟ ହୋଇଯାଉଥିଲା । ତାର ଶିକାର ବନିଥିବା କିଛି ବ୍ୟକ୍ତି କୁହନ୍ତି ସେ ଅତ୍ୟନ୍ତ ଶକ୍ତିଶାଳୀ ଥିଲା । ଆକ୍ରମଣ କରିବା ପରେ ଲମ୍ବା ଡିଆଁ ମାରି ଗାୟବ ହୋଇଯାଉଥିଲା । ସେଥିପାଇଁ ତାକୁ କିଏ ଧରିପାରୁନଥିଲେ । ସେହି ସମୟରେ ମଙ୍କି ମ୍ୟାନ ଏମିତି ଭାବରେ ଆତଙ୍କ ଖେଳାଇ ଥିଲା ଲୋକେ ରାତିରେ ନଶୋଇ ଗୋଟିଏ ଜାଗାରେ ଏକାଟି ମାରଣାସ୍ତ୍ର ଧରି ଜଗି ରହୁଥିଲେ । ପୋଲିସ ମଧ୍ୟ ତାକୁ ଧରିବା ପାଇଁ ସମଗ୍ର ଦିଲ୍ଲୀକୁ ଘେରି ରହିଥିଲା । ଖାଲି ଏତିକି ନୁହେଁ ମଙ୍କି ମ୍ୟାନକୁ ଧରିଲେ ୫୦ ହଜାର ଟଙ୍କା ପୁରସ୍ତାର ରାସି ଦିଆଯିବ ବୋଲି ପୋଲିସ ଘୋଷଣା ମଧ୍ୟ କରିଥିଲା । ତକେବେ ତାକୁ ଧରିବା ପାଇଁ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । କିଛି ଦିନ ପରେ ଏହି ମଙ୍କି ମ୍ୟାନ ଆକ୍ରମଣ ହଠାତ୍ ବନ୍ଦ ହୋଇଗଲା । ପୁଣି ୨୦୧୨ରେ ମୁମ୍ବାଇର କିଛି ସହରରେ ଏମିତି କିଛି ଘଟଣା ବିଷୟରେ ଜଣାପଡିଥିଲା । ଫଳରେ ଲୋକେ ଭୟରେ ରାତିରେ ପ୍ରହରା ଦେଉଥିଲେ । ତେବେ ମଙ୍କି ମ୍ୟାନ କିଏ ତାହା ଜମାନଥିଲେ ବି, ଯିଏ ଦେଖିଛି କିମ୍ବା ତା ଆକ୍ରମଣର ଶିକାର ଯିଏ ହୋଇଚି ତାଙ୍କ ମନରେ ସେହି କଳା ମାଙ୍କଡର ଛବି ସବୁଦିନ ପାଇଁ ରହିବ । ଲୋକଙ୍କ ଅନେକ ପ୍ରୟାସ ପରେ ବି ସେ ଧରାପଡିନଥିଲା । କିଏ ଥିଲା ଏହି ମଙ୍କି ମ୍ୟାନ । କଣ ପାଇଁ ସେ ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ସେ ଏଲିଅନ ଥିଲା ନାଁ ହିଂସ୍ର ଜଙ୍ଗଲୀ ଜିବ, ଏହି ପ୍ରଶ୍ନର ଉତ୍ତର ହୁଏତ ଆମେ କେବେ ପାଇବାନି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking