29.1 C
Bhubaneswar
Saturday, May 4, 2024
Homeଓଡିଶାଓଏଏସ୍ ସ୍ତରରେ ଅଦଳବଦଳ

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଓଏଏସସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନୂଆ ରେଜିଷ୍ଟ୍ରାର ନିଯୁକ୍ତି ସହ ଯାଜପୁର ଉପଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ପ୍ରଦୀପ କୁମାର ମିଶ୍ରଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ ରେଜିଷ୍ଟ୍ରାର ଭାବେ ନିଯୁକ୍ତି ମିଳିଛି । ସେହିପରି ଉତ୍ତରାଞ୍ଚଳ ଆରଡିସିଙ୍କ ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଯୁଗଳେଶ୍ୱରୀ ଦାସଙ୍କୁ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ଅବସ୍ଥାପିତ କରାଯାଇଛି । ଏହି ଦୁଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ନିଯୁକ୍ତି ନେଇ ରାଜଭବନ ପକ୍ଷରୁ ଖୁବଶୀଘ୍ର ଆଉ ଏକ ବିଜ୍ଞପ୍ତି ଜାରି ହେବ । ସେହିପରି ପୁରୀ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ନୀତିରଞ୍ଜନ ସେନଙ୍କୁ ରାଜ୍ୟ ଶ୍ରମ ଓ ନିଯୁକ୍ତି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବାବେଳେ ଯାଜପୁର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ପୁରୀ ଡିଆରଡିଏରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ବଦଳି କରାଯାଇଛି । ସେହିପରି ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଯାଜପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking