ଭୁବନେଶ୍ୱର : ବିଧାନସଭା ପରିସରରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । କିଛି ସମୟ ପରେ ଆରମ୍ଭ ହେବ ବଜେଟ ଅଧିବେଶନ । ପ୍ରଥମେ ବାଚସ୍ପତି ସୁରମା ପାଢୀଙ୍କୁ କିଛି ସମୟ ପୂର୍ୱରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗାର୍ଡ ଅଫ ଅନର ପରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଛନ୍ତି ା ନିଜର ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଛନ୍ତି । କହିଛନ୍ତି ୨୦୨୫ – ୨୬ ବର୍ଷରେ ନାମଲେଖା ଆରମ୍ଭ ହେବ । କୋରାପୁଟରେ ନୂତନ ନର୍ସିଂ କଲେଜର ଶିଳାନ୍ୟାସ ହେବ । ମାଲକାନଗିରି , ମୟୁରଭଞ୍ଜ ଓ ବଲାଙ୍ଗୀରରେ ଡେ -କେୟାର ପିଏଚସି । ତାଳଚେର ଓ ଫୁଲବାଣୀରେ ଆରମ୍ଭ ହେବ ମେଡିକାଲ ପାଠପଢା । ଜାତୀୟ ଶିକ୍ଷାନୀତି ୨୦୨୦ କାଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ୬୧, ୬୯୩ ସ୍କୁଲର ୭୬ ଲକ୍ଷ ପିଲା ଉପକୃତ ହେବେ । ପିଏମଜି ସ୍କୁଲ ଫର ରାଇଜିଂ ଇଣ୍ଡିଆ କାଯ୍ୟକାରୀ କରୁଛନ୍ତି ସରକାର । ନିପୁଣ ଓଡିଶା ମିଶନର ଶୁଭାରମ୍ଭ କରାଯାଇଛି । ୪୫ ହଜାର ସ୍କୁଲର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ସ୍କୁଲରେ ଡ୍ରପ ଆଉଟ ହ୍ରାସ ପାଇଁ ପଦେକ୍ଷପ ନେଇଛନ୍ତି ସରକାର । ୧୯୯ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଛି । ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଦିଆଯାଉଛି । କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଆସନ ସଂଖ୍ୟା ୨୦ ପ୍ରତିଶତକୁ ବୃଦ୍ଧି ହେବ । ଏନଇପି ଅନୁସାରେ ୪ଟି ବିଶ୍ୱବିଦ୍ୟାଳୟକୁ ‘ମେରୁ’କୁ ଉନ୍ନୀତ କରାଯାଇଛି ।