37.1 C
Bhubaneswar
Friday, May 15, 2026
Homeଓଡିଶାନୂଆପଡା ଉପନିର୍ବାଚନ: ୧୪ପ୍ରାର୍ଥୀଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା

ନୂଆପଡା ଉପନିର୍ବାଚନ: ୧୪ପ୍ରାର୍ଥୀଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା

ନୂଆପଡା : ନୂଆପଡା ବିଧାନସଭା ଉପନିର୍ବାଚନ ନେଇ ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିବା ୧୧ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ସମୟ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିଲା । ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଅତଏବ, ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନୂଆପଡା ବିଧାନସଭା ଉପନିର୍ବାଚନରେ ହେବ ପ୍ରତିଦ୍ୱନ୍ଦିତା । ଭାରତୀୟ ଜନତା ଦଳରୁ ଶ୍ରୀ ଜୟ ଢୋଲକିଆ, ବିଜୁ ଜନତା ଦଳରୁ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀୟ କଂଗ୍ରେସରୁ ଶ୍ରୀ ଘାସିରାମ ମାଝୀ, ସମାଜବାଦୀ ପାର୍ଟିରୁ ଶ୍ରୀ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟି ରୁ ଶ୍ରୀ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶ୍ରୀ ଶୁକଧର ଦଣ୍ଡସେନାଙ୍କ ସମେତ ୮ ଜଣ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଆଶ୍ରୟ ମହାନ୍ଦନ, ଇ.ଚକ୍ରାନ୍ତ ଜେନା, ଶ୍ରୀ ଭୁବନ ଲାଲ ସାହୁ, ଶ୍ରୀ କିଶୋର କୁମାର ବାଗ, ଶ୍ରୀମତୀ ନୀତା ବାଗ, ଶ୍ରୀ ଲକ୍ଷ୍ମୀକାନ୍ତ ତାଣ୍ଡି, ଶ୍ରୀ ଭକ୍ତବନ୍ଧୁ ଧରୁଆ ଓ ଶ୍ରୀ ଲୋଚନ ମାଝୀ ପ୍ରମୁଖ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ସୂଚନାଯୋଗ୍ୟ ଯେ, ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ମୋଟ ୫ଟି ନାମାଙ୍କନ ପତ୍ର ନାକଚ କରାଯାଇଥିଲା । ନାକଚ କରାଯାଇଥିବା ବ୍ୟକ୍ତିମାନେ ହେଉଛନ୍ତି ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଶ୍ରୀ ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ପ୍ରାର୍ଥୀ ଶ୍ରୀ ସୀତାରାମ ବେହେରା ଏବଂ ତିନି ସ୍ୱାଧୀନ ପ୍ରାର୍ଥୀ – ଶ୍ରୀ କମଳ କୁମାର ଛତ୍ରିଆ, ଶ୍ରୀ ପୁରୁଷୋତ୍ତମ ବେହେରା ଏବଂ ଶ୍ରୀ ଭୁଜବଳ ଆଡବଙ୍ଗ ଅଟନ୍ତି । ନଭେମ୍ବର ୧୬ ତାରିଖ (ରବିବାର) ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking