36.1 C
Bhubaneswar
Tuesday, May 26, 2026
Homeଓଡିଶାପିପିଲି କଲେଜରେ ଏନ୍ଏସ୍ଏସ୍ ପ୍ରବେଶ କାର୍ଯ୍ୟକ୍ରମ

ପିପିଲି କଲେଜରେ ଏନ୍ଏସ୍ଏସ୍ ପ୍ରବେଶ କାର୍ଯ୍ୟକ୍ରମ

ପିପିଲି: ପିପିଲି କଲେଜ ପରିସରରେ +୩ ଶ୍ରେଣୀର ଜାତୀୟ ସେବା ଯୋଜନା ତଥା ଏନ୍ଏସ୍ଏସ୍ ପ୍ରବେଶ କାର୍ଯ୍ୟକ୍ରମ ଓ ପ୍ରେରଣା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ସଦାଶିବ ଦାଶ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜ ର ପ୍ରଶାସକ ପ୍ରାଧ୍ୟାପକ ଭବେଶ ପ୍ରସାଦ ତ୍ରିପାଠୀ ଓ ଏନ୍ଏସ୍ଏସ୍ ପ୍ରାକ୍ତନ ଅଧିକାରୀ ଅଧ୍ୟାପକ ସଂଗ୍ରାମ କେଶରୀ ପରିଡ଼ା, ସଙ୍ଗୀତ ଅଧ୍ୟାପକ ଡକ୍ଟର ସଚ୍ଚିକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବଛାସେବୀ ହେବା ପାଇଁ ପ୍ରେରଣା ମୁଳକ ବକ୍ତବ୍ୟ ଦେଇଥିଲେ। ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟ ରଖି ସମାଜ ରେ ସେବା ଯୋଗାଇ ଦେବା ପାଇଁ ଅତିଥିମାନେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ କୁ ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ବାନାମ୍ବର ସୁବୁଦ୍ଧି ଓ ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ପଶ୍ଚିମକବାଟ ପରିଚାଳନା କରିଥିବା ବେଳେ +୨ ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ଜ୍ୟୋତି ପ୍ରକାଶ ସିଂଗ୍ରାଇନ୍  ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ +୩ ର ୨ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking