26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଜାପାନ ଆଡକୁ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

ଜାପାନ ଆଡକୁ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

ଟୋକିଓ: ସକାଳୁ ସକାଳୁ ଜାପାନ ଆଡକୁ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ । ଏନେଇ ଦକ୍ଷିଣ କୋରିଆର ଯୁଗ୍ମ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏନେଇ ସମସ୍ତ ଜାପାନବାସୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ସେ ଟ୍ୱିଟ କରି କହିଛନ୍ତି,” ଉତ୍ତରକୋରିଆ ପକ୍ଷରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଜାପାନରେ ପଡିନାହିଁ ।

ଜାପାନର ପିଏମ୍‌ଓ ଟ୍ୱିଟ କରି କହିଛନ୍ତି, “କ୍ଷେପଣାସ୍ତ୍ରକୁ ନେଇ ସୂଚନା ସଂଗ୍ରହ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜନସାଧାରଣ, ବିମାନ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି । ଅନ୍ୟପଟେ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋକ୍କାଇଡୋ ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ।

ଉତ୍ତରକୋରିଆ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବାରୁ ଉତ୍ତରାଞ୍ଚଳ ହୋକ୍କାଇଡୋ ଅଞ୍ଚଳର ବାସିନ୍ଦାଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ଚାଲିଯିବା ପାଇଁ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଜାପାନର ଜଳ ଅଞ୍ଚଳରେ କୋରିଆ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଆଶଙ୍କା କରାଯାଉଛି । ତେଣି ସତର୍କତା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking