27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ ଆଡମ୍ବରଶୂନ୍ୟ ପୂଜା

ଭୁବନେଶ୍ୱରରେ ଆଡମ୍ବରଶୂନ୍ୟ ପୂଜା

ଭୁବନେଶ୍ୱର: ସବୁବର୍ଷ ଭଳି ଚଳିତ ଥର ଭୁବନେଶ୍ୱରରେ ଧୂମଧାମରେ ଦୁର୍ଗାପୂଜା ଅନୁଷ୍ଠିତ ହେବନାହିଁ । ମହାମାରୀ କରୋନା ପାଇଁ ଆଡମ୍ବରଶୂନ୍ୟ ପୂଜା ହେବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ବିଭିନ୍ନ ପୂଜା କମିଟି ସହ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କିଛି ସର୍ତ୍ତ ବି ରହିଛି । ତାହା ହେଲା ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି, ମାଇକ ମଧ୍ୟ ବାଜିବନି । କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ପରେ ବିଚାର କରାଯିବ । ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ । ଘର ଘର ବୁଲି ଚାନ୍ଦା ଆଦାୟ କରାଯିବନି, ସ୍ୱଇଚ୍ଛାରେ ଯିଏ ଯାହା ଦେବେ । ଶ୍ରଦ୍ଧାଳୁ ମଧ୍ୟ ମଣ୍ଡପକୁ ନ ଆସି ଘରେ ରହି ପୂଜା ପାଳନ କରିବେ । ମୂର୍ତ୍ତିର ଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେ ରହିବ, ନିର୍ଦ୍ଦିଷ୍ଟ ଉଚ୍ଚତା ହେବ । ରାବଣ ପୋଡି ହେବ ନାହିଁ କି ଭସାଣ ଉତ୍ସବ କରାଯିବ ନାହିଁ । କେବଳ ମୂର୍ତ୍ତି ବିସର୍ଜନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ବୈଠକ ପରେ ପୋଲିସ କମିଶନର ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking