29.1 C
Bhubaneswar
Wednesday, April 24, 2024
Homeଓଡିଶାଏବେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ନାହିଁ

ଏବେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ନାହିଁ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଥିଲେ ହେଁ ସମ୍ପୂର୍ଣ୍ଣ ବିପଦ ମୁକ୍ତ ହୋଇନାହିଁ । କାରଣ ଉଭୟ ଟିକା ନେଲା ପରେ ବି ଜନସାଧାରଣ ପୁନଃ ସଂକ୍ରମିତ ହେଉଛନ୍ତି । ଏପରି ସ୍ଥିତିରେ ଜନସାଧାରଣଙ୍କ ପ୍ରତି ବିପଦ ବଢ଼ିଚାଲିଛି । ପୁନଃ ସଂକ୍ରମଣ ରୋକିବା ଦିଗରେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ଉପରେ ମତ ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ ରାଜ୍ୟରେ ୦.୧୮% ବ୍ରେକ୍ ଥ୍ରୁ ସଂକ୍ରମଣ ହେଉଛି । ଆରଏମ୍‌ଆରସି ଅନୁଧ୍ୟାନ ଅନୁସାରେ ଉଭୟ ଡୋଜ୍ ଟିକା ନେବା ପରେ ଭଲ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଲୋକଙ୍କୁ ମହାମାରୀରୁ ସୁରକ୍ଷା ମିଳୁଛି । ବର୍ତ୍ତମାନ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ନାହିଁ । ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି । ୧୪ ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟିକା । ଯେଉଁମାନେ ସ୍ୱାସ୍ଥ୍ୟକର୍ମୀ ସେମାନଙ୍କ ଶରୀରରେ ଭଲ ଭାବରେ ଆଣ୍ଟିବଡ଼ି ବିକଶିତ ହୋଇଛି । ବୁଷ୍ଟର ଡୋଜ୍ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ କୌଣସି ନିର୍ଦ୍ଦେଶ ଆସିନାହିଁ ।

ଭଭୟ ଡୋଜ୍‌ର ସଫଳ ଟିକାକରଣ ପରେ ପରବର୍ତ୍ତୀ ସମୟରେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ପଡ଼ିପାରେ । ତେବେ ଯେଉଁମାନେ ଟିକା ନେଉଛନ୍ତି ସେମାନଙ୍କ ମଧ୍ୟରୁ ଗୁରୁତର ହେବା ସଂଖ୍ୟା କମୁଛି । ତେଣୁ ଟିକା ସମସ୍ତେ ନେବା ଆବଶ୍ୟକ । ଟିକା ବହୁତ ଭାବରେ ସମସ୍ତଙ୍କୁ ସୁରକ୍ଷା ଦେଉଛି । ସାଧାରଣ ଭାବରେ ଦ୍ୱିତୀୟ ଡୋଜ୍‌ର ୧୪ ଦିନ ପରେ ସଂକ୍ରମଣ ବହୁତ କମୁଛି । ତେଣୁ ରାଜ୍ୟବାସୀ ସମସ୍ତଙ୍କୁ ଉଭୟ ଡୋଜ୍ ନେବାର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking