40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଗାଇଡଲାଇନ ନମାନିବାରୁ ଏସବିଆଇ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ରିଜର୍ବ ବ୍ୟାଙ୍କ

ଗାଇଡଲାଇନ ନମାନିବାରୁ ଏସବିଆଇ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ରିଜର୍ବ ବ୍ୟାଙ୍କ

ନୂଆଦିଲ୍ଲୀ : ନିୟମ ଉଲଂଘନ ପଡ଼ିଲା ଭାରୀ। ଗାଇଡଲାଇନ ନମାନିବାରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। ନିୟମ ଉଲଂଘନ କରିଥିବାରୁ ଆରବିଆଇ ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ଉପରେ ୧କୋଟି ଟଙ୍କାର ଜରିମାନା ଲଗାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଲାଗୁ ହୋଇଥିବା ଜରିମାନା ସମ୍ପର୍କରେ ସୂଚନା ଦେଇ ଆରବିଆଇ କହିଛି ଯେ, ନିୟମର ସଠିକ ଭାବେ ପାଳନ କରିନଥିବାରୁ ଏଭଳି ଦଣ୍ଡ ଦିଆଯାଇଛି।

ଧାରା ୪୭ଏ (୧) (ସି) ଏବଂ ବ୍ୟାଙ୍କ ନିୟମାବଳୀ ଅଧିନିୟମ, ୧୯୪୯ର ଧାରା ୪୬(୪) (ଆଇ) ଏବଂ ୫୧(୧) ଅନୁଯାୟୀ ଆରବିଆଇକୁ ଦିଆଯାଇଥିବା କ୍ଷମତାର ବ୍ୟବହାର କରି ଏସବିଆଇ ଉପରେ ଜରିମାନା ଲଗାଯାଇଛି। ଆରବିଆଇ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏସବିଆଇରେ ଆକାଉଣ୍ଟ ଥିବା ଲୋକଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା।

ଏହି ସମୟରେ ଏସବିଆଇ ଆରବିଆଇର ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଥିଲା। ଏହା ପରେ ଆରବିଆଇ ଏସବିଆଇକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଏସବିଆଇ ପକ୍ଷରୁ କାରଣ ଜଣାଯିବା ପରେ ଏହା ଉପରେ ବିଚାର କରି ଆରବିଆଇ ଏସବିଆଇ ଉପରେ ୧କୋଟି ଟଙ୍କାର ଜରିମାନା ଲଗାଇଛି। ଏହା ସହ ଏହି ସମାନ କାରଣ ପାଇଁ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ ଉପରେ ମଧ୍ୟ ୧.୯୫କୋଟି ଟଙ୍କାର ଜରିମାନା ଲଗାଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking