18.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶ୮୦୦ ଅତ୍ୟାବଶ୍ୟକ ଔଷଧର ଦର ବୃଦ୍ଧିରେ ସରକାରଙ୍କର କୌଣସି ଭୂମିକା ନାହିଁ: ମନସୁଖ ମାଣ୍ଡବ୍ୟ

୮୦୦ ଅତ୍ୟାବଶ୍ୟକ ଔଷଧର ଦର ବୃଦ୍ଧିରେ ସରକାରଙ୍କର କୌଣସି ଭୂମିକା ନାହିଁ: ମନସୁଖ ମାଣ୍ଡବ୍ୟ

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ୮୦୦ ଅତ୍ୟାବଶ୍ୟକ ଔଷଧର ଦାମ୍ ପ୍ରାୟ ୧୦.୭ ପ୍ରତିଶତ ବଢ଼ିଛି । ପୂର୍ବରୁ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଏହି ଦର ବୃଦ୍ଧିକୁ ନେଇ ଲୋକେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ପେଟ୍ରୋଲ, ଡିଜେଲ, ଏଲ୍‌ପିଜି, ଖାଇବା ତେଲ ଆଦି ପରେ ଏବେ ଔଷଧ ଦର ସରକାର ବଢ଼ାଇ ଦେଇଥିବା ନେଇ ଲୋକେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

ସେ କହିଛନ୍ତି ଯେ, କିଛି ଜରୁରୀ ଔଷଧ ପାଇକାରୀ ମୂଲ୍ୟ ସୂଚୀ ଭିତ୍ତିକ ମୁଦ୍ରାସ୍ପୀତି (ଡବ୍ଲୁପିଆଇ) ସହ ଜଡ଼ିତ, ଯାହାର ଦାମ ଡବ୍ଲପିଆଇ ଉପରେ ନିର୍ଭର କରେ । ଡବ୍ଲପିଆଇ ବଢ଼ିଲେ ଏହା ସହ ଜଡ଼ିତ ଔଷଧର ଦାମ ବଢ଼ିଥାଏ ଏବଂ ଡବ୍ଲପିଆଇ ହ୍ରାସ ପାଇଲେ ଔଷଧର ଦାମ ହ୍ରାସ ପାଇଥାଏ । ଏହି ଔଷଧର ମୂଲ୍ୟ ବୃଦ୍ଧିରେ ସରକାରଙ୍କର କୌଣସି ଭୂମିକା ନାହିଁ ।

ତେବେ ମାର୍ଚ୍ଚ ୨୭ରେ ଏନପିପିଏ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ, ଜ୍ୱର, ସଂକ୍ରମଣ, ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ ଏବଂ ରକ୍ତହୀନତା ଭଳି ରୋଗର ଚିକିତ୍ସାରେ ଉପଯୋଗ ହେଉଥିବା ଅନେକ ଔଷଧ ଦାମ ବଢ଼ିଯିବ । ସେହି ଔଷଧ ଗୁଡ଼ିକ ମଧ୍ୟରେ ପାରାସିଟାମଲ, ଫେନୋବାରବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ, ସିପ୍ରୋଫ୍ଲୋକ୍ସେସିନ ହାଇଡ୍ରୋକ୍ଲୋରାଇଡ, ମେଟ୍ରୋନାଇଡେଜୋଲ ଆଦି ଔଷଧ ରହିଛି । ପାଇକାରୀ ମୂଲ୍ୟ ସୂଚୀ ତଥ୍ୟ ଆଧାରରେ ଔଷଧ ମୂଲ୍ୟରେ ଏହି ବୃଦ୍ଧି ଘୋଷଣା କରାଯାଇଛି । ସରକାରଙ୍କ ପକ୍ଷରୁ ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ପାଇକାରୀ ମୁଦ୍ରାସ୍ଫୀତିରେ ହୋଇଥିବା ବୃଦ୍ଧି ଆଧାରରେ ଔଷଧଗୁଡ଼ିକର ମୂଲ୍ୟ ବଢ଼ାଯାଇଛି ବୋଲି ଏନ୍‌ପିପିଏ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking