32.1 C
Bhubaneswar
Wednesday, July 16, 2025
Homeବ୍ରେକୀଙ୍ଗ୫ ବର୍ଷର ସୋସାଇଟି ଘର ଦୟନୀୟ ଅବସ୍ଥାରେ

୫ ବର୍ଷର ସୋସାଇଟି ଘର ଦୟନୀୟ ଅବସ୍ଥାରେ

ଭୁବନେଶ୍ୱର: ରାଜ୍ୟ ସରକାର ଙ୍କ ଦ୍ଵାରା ନିର୍ମିତ ହେଇଥିଲା ସୋସାଇଟି ଘର ।ଏହା ପୁଣି ଚାଷୀଙ୍କର ବିକାଶରେ ମୁଳଦୁଆ ସହ ଚାଷୀ ଙ୍କୁ ସୁଲଭ ଦରରେ ବିହନ ଠୁ ଆରମ୍ଭ କରି ସାର୍ ଲୋନ ସୁନା ବନ୍ଧକ ସହ ଗାଡ଼ି ମଧ୍ୟ ଲୋନ ଆକାରରେ ଦିଆଯାଏ । ଚାଷୀ ଙ୍କ କଷ୍ଟ ଅର୍ଜୀତ ଟଙ୍କା ମଧ୍ୟଏହି ସୋସାଇଟିରେ ଜମାରଖନ୍ତି । କିନ୍ତୁ ଆଜି ଜଦି ଏହି ସୋସାଇଟିକୁ ଦେଖୀବା ତାହାହେଲେ ଆଖୀକୁ ବିଶ୍ୱାସ  କରିହବନି ଏହିଭଳିଆ ଅବସ୍ଥା ଦେଖୀଲେ।
ରାସ୍ତା ପାରୁ ଚାରିଫୁଟୁ ତଳେ ରହୁଛି ଏ ଘର ଭଙ୍ଗା ଆଜିବେଷ୍ଟ ସହ ଇଟା କାନ୍ଥ ଫାଟିକି ବିପଦକୁ ହାତ ଠାରି ଡାକୁଛି । ସାଧାରଣତଃ ବର୍ଷା ହେଲେ ଘର ଭିତରେ ବର୍ଷା ପାଣି ପସୁଥୀବା ବେଳେ ବାଲ୍ଟି ଛତା ର ଆବସକ୍ୟ ପଡୁଛି । ଯାହାକି ଆଜିକାଲି ର ଚାକଚକ୍ୟ ଦୁନିଆରେ ଏହିଭଳି ଭଙ୍ଗା ଦଦରା ସୋସାଇଟି ବା (ମିନିବ୍ୟାଙ୍କ) କୁ ଆସିବାକୁ  ଆଗ୍ରହ କମୁଛି । ଏମିତି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବାହାଡ଼ା ଝୋଲା ପଚାୟତ ର (୧୯୫୫) ମସିହାରେ ଅଗଷ୍ଟ (୩୦)ତାରିଖ ଦିନ ବାହାଡ଼ା ଝୋଲା ଗ୍ରାମ ପଞ୍ଚାୟତ ଶସ୍ୟ  ଭଣ୍ଡାର ସହଯୋଗ ସମିତି ନାମରେ ଗଠନ ହୋଇଥିଲା । (୧୯୬୯) ଠାରୁ (୧୭୯) ସଭ୍ୟ ଙ୍କୁ ନେଇ ସମ୍ପାଦକ ନିଜୁକ୍ତି ସହ ରୁଣ କାରବାର ଆରମ୍ଭ ହୋଇଥିଲା । (୧୯୯୧)ଠାରୁ ସରକାର ମିନିବ୍ୟାଙ୍କ ମାନତ୍ୟା ସହ ପୋଷ୍ୟ ସମିତି ରୁପେ ଗ୍ରହଣ କରିଥିଲେ । କିନ୍ତୁ ଦିର୍ଘ ଦିନର ସମସ୍ୟା ଦୁର ହୋଇପାରୁ ନଥୀବାରୁ ଧାନ ବିକ୍ରି ସହ ଚାଷୀ ଙ୍କୁ ପିଡ଼ିଆ ଦବା ଅସୁବିଧା ହେଉଥିବା ସୋସାଇଟି ସେକ୍ରେଟାରୀ କୁହନ୍ତି ଏହି ସମସ୍ୟାର ସମାଧାନ ଯଦି ହୁଅନ୍ତା ପୁର୍ବରୁ ଯୋଇଭଳି କୋଟିକୋଟି ଟଙ୍କା ର ନିଅଣ ଦିଅଣ ହେଉଥୀଲା ସଭଳି ଚାଲନ୍ତା ସମସ୍ୟା ହେଉଛି ଏକମାତ୍ର ପକାଘର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking