ମୁମ୍ବାଇ:ପ୍ରସିଦ୍ଧ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା ଖବର ସାରା ବଲିଉଡରେ ଶୋକର ଛାଇ ଖେଳାଇ ଦେଇଛି । ନୀତିନ ଏମିତି ନିଜକୁ ଶେଷ କରିଦେବେ ଏକଥା ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ଆର୍ଥିକ ଦୁଃସ୍ଥିତି ତାଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି । କୁହାଯାଉଛି, ସେ କୁଆଡେ ୧୮୦ କୋଟି ଟଙ୍କା ଋଣ ଭାରରେ ବୁଡି ରହିଥିଲେ । ଏବେ ପୋଲିସ ତାଙ୍କର ସୁଇସାଇଡାଲ ନୋଟ ଜବତ କରିଛି । ଏଇ ସୁଇସାଇଡ ନୋଟରୁ ହୃଦୟ ଭିଜେଇ ଦେବା ପରି ତଥ୍ୟ ସାମ୍ନାକୁ ଆସିଛି ।
ନୀତିନ ଏମିତି ହଠାତ ଆତ୍ମହତ୍ୟା କରିନାହାନ୍ତି । ଏଥିପାଇଁ ସେ ପୂୂର୍ବରୁ ପ୍ରସ୍ତୁତି କରିଥିଲେ । ମାନସିକ ନିଷ୍ପତି ନେଇଥିଲେ । ଫିଲ୍ମରେ ସୁନ୍ଦର ସେଟ ପ୍ରସ୍ତୁତ କରୁଥିବା ନୀତିନ ନିଜ ମୃତ୍ୟୁର ସେଟ ବି ତିଆରି କରିଥିଲେ । ନୀତିନଙ୍କ ଏନଡି ଷ୍ଟୁଡିଓରେ କାମ କରୁଥିବା ମୟୂର ଏହି ସୂଚନା ଦେଇଛନ୍ତି ।
ତାଙ୍କର କହିବା ଅନୁଯାୟୀ, ଆତ୍ମହତ୍ୟା ପୂର୍ବରୁ ସେ ଏକ ବଡ ଧନୁଷ ବାଣ ପ୍ରସ୍ତୁତ କରିଥିଲେ । ଏହି ଧନୁଷ ବାଣର ଠିକ ମଝାମଝି ଭାଗରେ ନୀତିନ ବେକରେ ଫାଶ ଝୁଲାଇ ଆତ୍ମହତ୍ୟା କରିଥିଲେ । ପୋଲିସକୁ ଏକ ଟେପ ରେକର୍ଡ ମଧ୍ୟ ମିଳିଥିଲା ଯାହାକୁ ପୋଲିସ ସୁଇସାଇଡାଲ ନୋଟ ଭାବେ ଗ୍ରହଣ କରିଛି ।