32.1 C
Bhubaneswar
Saturday, May 18, 2024
Homeମନୋରଞ୍ଜନନିଜ ସୁଇସାଇଡ ନୋଟରେ ଏହିଭଳି କିଛି ଲେଖିଥିଲେ ନୀତିନ ଦେଶାଇ

ନିଜ ସୁଇସାଇଡ ନୋଟରେ ଏହିଭଳି କିଛି ଲେଖିଥିଲେ ନୀତିନ ଦେଶାଇ

ମୁମ୍ବାଇ:ପ୍ରସିଦ୍ଧ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା ଖବର ସାରା ବଲିଉଡରେ ଶୋକର ଛାଇ ଖେଳାଇ ଦେଇଛି । ନୀତିନ ଏମିତି ନିଜକୁ ଶେଷ କରିଦେବେ ଏକଥା ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ଆର୍ଥିକ ଦୁଃସ୍ଥିତି ତାଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି । କୁହାଯାଉଛି,  ସେ କୁଆଡେ ୧୮୦ କୋଟି ଟଙ୍କା ଋଣ ଭାରରେ ବୁଡି ରହିଥିଲେ । ଏବେ ପୋଲିସ ତାଙ୍କର ସୁଇସାଇଡାଲ ନୋଟ ଜବତ କରିଛି । ଏଇ ସୁଇସାଇଡ ନୋଟରୁ ହୃଦୟ ଭିଜେଇ ଦେବା ପରି ତଥ୍ୟ ସାମ୍ନାକୁ ଆସିଛି ।

ନୀତିନ ଏମିତି ହଠାତ ଆତ୍ମହତ୍ୟା କରିନାହାନ୍ତି । ଏଥିପାଇଁ ସେ ପୂୂର୍ବରୁ ପ୍ରସ୍ତୁତି କରିଥିଲେ । ମାନସିକ ନିଷ୍ପତି ନେଇଥିଲେ ।  ଫିଲ୍ମରେ ସୁନ୍ଦର ସେଟ ପ୍ରସ୍ତୁତ କରୁଥିବା ନୀତିନ ନିଜ ମୃତ୍ୟୁର ସେଟ ବି ତିଆରି କରିଥିଲେ । ନୀତିନଙ୍କ ଏନଡି ଷ୍ଟୁଡିଓରେ କାମ କରୁଥିବା ମୟୂର ଏହି ସୂଚନା ଦେଇଛନ୍ତି ।

ତାଙ୍କର କହିବା ଅନୁଯାୟୀ, ଆତ୍ମହତ୍ୟା ପୂର୍ବରୁ ସେ ଏକ ବଡ ଧନୁଷ ବାଣ ପ୍ରସ୍ତୁତ କରିଥିଲେ । ଏହି ଧନୁଷ ବାଣର ଠିକ ମଝାମଝି ଭାଗରେ ନୀତିନ ବେକରେ ଫାଶ ଝୁଲାଇ ଆତ୍ମହତ୍ୟା କରିଥିଲେ । ପୋଲିସକୁ ଏକ ଟେପ ରେକର୍ଡ ମଧ୍ୟ ମିଳିଥିଲା ଯାହାକୁ ପୋଲିସ ସୁଇସାଇଡାଲ ନୋଟ ଭାବେ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking