17.1 C
Bhubaneswar
Thursday, January 16, 2025
Homeଓଡିଶାପ୍ରକାଶ ପାଇଲା ଏନ୍‌ଆଇଆରଏଫ୍ ରାଙ୍କିଙ୍ଗ; ବିଶ୍ୱବିଦ୍ୟାଳୟ ର‌୍ୟାଙ୍କ ତାଲିକାରେ ସୋଆ ୧୫, କିଟ୍ ୧୬ ଓ...

ପ୍ରକାଶ ପାଇଲା ଏନ୍‌ଆଇଆରଏଫ୍ ରାଙ୍କିଙ୍ଗ; ବିଶ୍ୱବିଦ୍ୟାଳୟ ର‌୍ୟାଙ୍କ ତାଲିକାରେ ସୋଆ ୧୫, କିଟ୍ ୧୬ ଓ ଉତ୍କଳ ୯୩ ସ୍ଥାନରେ

ଭୁବନେଶ୍ୱର: ଏନ୍‌ଆଇଆର୍‌ଏଫ୍ (ନେସନାଲ ଇନ୍‌ଷ୍ଟିଚ୍ୟୁଟନାଲ ରାଙ୍କିଂ ଫ୍ରେମ୍‌ୱାର୍କ) ରାଙ୍କିଙ୍ଗ-୨୦୨୩ ଆଜି ପ୍ରକାଶ ପାଇଛି । ଦେଶର ଶ୍ରେଷ୍ଠ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ର‌୍ୟାଙ୍କରେ ବେଙ୍ଗାଲୁର ସ୍ଥିତ ଆଇଆଇଏସ୍ ରହିଥିବା ବେଳେ ୧୫ ର‌୍ୟାଙ୍କରେ ସୋଆ, ୧୬ ର‌୍ୟାଙ୍କରେ କିଟ୍‌, ୯୩ ର‌୍ୟାଙ୍କରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ୧୦୦ ର‌୍ୟାଙ୍କରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ପଞ୍ଜାବ ରହିଛି । ସର୍ବଭାରତୀସ୍ତରରେ ଶିକ୍ଷାଦାନ ଏବଂ ଉତ୍ସ, ଗବେଷଣା ଏବଂ ବୃତ୍ତିଗତ ଅଭ୍ୟାସ, ପାସ ହାର, ପହଞ୍ଚ ଏବଂ ଆଭିମୁଖ୍ୟ ଆଦି କ୍ଷେତ୍ରକୁ ନେଇ ଇଣ୍ଡିଆ ରାଙ୍କିଙ୍ଗ ନାଁରେ ପ୍ରକାଶ ପାଉଥିବା ଏହି ତାଲିକାରେ ୧୧ଟି ବର୍ଗକୁ ସାମିଲ କରାଯାଇଛି ।

ଯେଉଁଥିରେ ଅଭରଅଲ୍ ବା ସାମଗ୍ରିକ ବର୍ଗରେ ୧୦୦ଟି ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଥିବା ବେଳେ ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ, ଶ୍ରେଷ୍ଠ ୧୦୦ ମହାବିଦ୍ୟାଳୟ, ଶ୍ରେଷ୍ଠ ୫୦ଟି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ, ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଂ କଲେଜ, ଶ୍ରେଷ୍ଠ ୧୦୦ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ, ଶ୍ରେଷ୍ଠ ୧୦୦ ଫାର୍ମାସି କଲେଜ, ଶ୍ରେଷ୍ଠ ୫୦ ମେଡିକାଲ କଲେଜ, ଶ୍ରେଷ୍ଠ ୪୦ ଡେଣ୍ଟାଲ କଲେଜ, ଶ୍ରେଷ୍ଠ ୩୦ ଆଇନ୍ ଶିକ୍ଷାନୁଷ୍ଠାନ, ଶ୍ରେଷ୍ଠ ୩୦ଟି ଆର୍କିଟେକ୍ ଆଣ୍ଡ ପ୍ଲାନିଂ ଶିକ୍ଷାନୁଷ୍ଠାନ ଏବଂ ୪୦ଟି ଶ୍ରେଷ୍ଟ ଏଗ୍ରିକଲଚର ଆଣ୍ଡ ଆଲାଏଡ୍ ସେକ୍ଟରକୁ ସାମିଲ କରାଯାଇଛି । ତେବେ ଏହି ରାଙ୍କିଙ୍ଗରେ ଇଞ୍ଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ, ଆଇନ, ଫାର୍ମାସି, କୃଷି ବିଜ୍ଞାନ ଭଳି ଶିକ୍ଷାନୁଷ୍ଠାନ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ସ୍ୱତନ୍ତ୍ର ମାନଦଣ୍ଡକୁ ଗୁରୁତ୍ୱ ଦିଆଯାଇ ରାଙ୍କ ନିର୍ଦ୍ଧାରଣ କରାଯାଇଛି ।

ତେବେ ସାମଗ୍ରିକ ବର୍ଗରେ ୧୦୦ଟି ଶିକ୍ଷାନୁଷ୍ଠାନକୁ ମନୋନାତ କରାଯାଇଥିବା ବେଳେ ଆଇଆଇଟି ମାଡ୍ରାସ ୧ ନମ୍ବରରେ ରହିଛି । ୨ୟ ରାଙ୍କରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗାଲୁରୁ ଓ ଆଇଆଇଟି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । ତେବେ ଶ୍ରେଷ୍ଟ ୧୦ ନମ୍ବର ରାଙ୍କରେ ଜେଏନ୍‌ୟୁ ରହିଥିବା ବେଳେ ଓଡିଶାରୁ ୨୬ ରାଙ୍କରେ ସୋଆ, ୨୯ରାଙ୍କରେ କିଟ୍‌, ୩୭ ରାଙ୍କରେ ରାଉରକେଲା ଏନ୍‌ଆଇଟି ଏବଂ ୯୧ରାଙ୍କରେ ଭୁବନେଶ୍ୱର ଆଇଆଇଟି ରହିଥିବା ବେଳେ ୧୦୦ରାଙ୍କରେ ବେଙ୍ଗାଲୁର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟ ରହିଛି ।

ଶ୍ରେଷ୍ଠ ୧୦୦ ମହାବିଦ୍ୟାଳୟ ତାଲିକାରେ ୧ନମ୍ବର ର‌୍ୟାଙ୍କରେ ଦିଲ୍ଲୀ ମିରାଣ୍ଡା ହାଉସ୍ ରହିଥିବା ବେଳେ ୨ୟ ର‌୍ୟାଙ୍କରେ ଦୀଲ୍ଲୀର ହିନ୍ଦୁ କଲେଜ ଏବଂ ୩ୟ ର‌୍ୟାଙ୍କରେ ଚେନ୍ନାଇ ପ୍ରେସିଡେନ୍ସି କଲେଜ ରହିଛି । ଏହି ତାଲିକାରେ ଦିଲ୍ଲୀର ସର୍ବାଧିକ ୨୫ରୁ ଅଧିକ କଲେଜ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଗୋଟିଏ ବି କଲେଜ ର‌୍ୟାଙ୍କ ପାଇପାରି ନାହିଁ ।
ଶେଷ୍ଟ ୫୦ଟି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ତାଲିକାରେ ର‌୍ୟାଙ୍କ୧ରେ ବେଙ୍ଗାଲୁର ଆଇଆଇଏସ୍ ରହିଥିବା ବେଳେ ଓଡିଶାର ରାଉରକେଲା ଏନ୍‌ଆଇଟି ୨୯ ର‌୍ୟାଙ୍କରେ ରହିଛି । ସେହିପରି ୪୪ର‌୍ୟାଙ୍କରେ କିଟ୍ ଏବଂ ୪୯ ର‌୍ୟାଙ୍କରେ ସୋଆ ସ୍ଥାନ ପାଇଛନ୍ତି ।
ଇଞ୍ଜିନିୟରିଂ କଲେଜ ତାଲିକାରେ ର‌୍ୟାଙ୍କ ୧ରେ ମାଡ୍ରାସ ଆଇଆଇଟି ରହିଥିବା ବେଳେ ର‌୍ୟାଙ୍କ ୧୬ରେ ରାଉରକେଲା ଏନ୍‌ଆଇଟି, ୨୭ର‌୍ୟାଙ୍କରେ ସୋଆ, ୩୯ର‌୍ୟାଙ୍କରେ କିଟ, ୪୭ ର‌୍ୟାଙ୍କରେ ଭୁବନେଶ୍ୱର ଆଇଆଇଟି ଏବଂ ୧୦୦ ର‌୍ୟାଙ୍କରେ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ରହିଛି ।
ମ୍ୟାନେମେଣ୍ଟ ତାଲିକାରେ ଭୁବନେଶ୍ୱର ଜାଭିୟର ୪୬ର‌୍ୟାଙ୍କରେ ରହିଥିବା ବେଳେ ସୋଆ ୫୭ର‌୍ୟାଙ୍କ, ସମ୍ବଲପୁର ଆଇଆଇଏମ୍ ୫୮ର‌୍ୟାଙ୍କ, କିଟ୍ ୫୯ ର‌୍ୟାଙ୍କ ଏବଂ ଭୁବନେଶ୍ୱର ଇଣ୍ଟରନ୍ୟାସାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ୬୭ର‌୍ୟାଙ୍କରେ ରହିଛି ।
ଫାର୍ମାସୀରେ ହାଇଦ୍ରାବାଦର ଏନ୍‌ଆଇପିଇଆର୍‌ଏଚ୍ ୧ର‌୍ୟାଙ୍କରେ ରହିଥିବା ବେଳେ ଓଡ଼ିଶାରୁ କୌଣସି କଲେଜ ର‌୍ୟାଙ୍କ ପାଇପାରିନାହାଁନ୍ତି।
ଶ୍ରେଷ୍ଟ ୫୦ଟି ମେଡିକାଲ କଲେଜ ବର୍ଗରେ ଦିଲ୍ଲୀ ଏମ୍ସ ୧ର‌୍ୟାଙ୍କରେ ଥିବା ବେଳେ ସୋଆ ୧୬ର‌୍ୟାଙ୍କ, ଭୁବନେଶ୍ୱର ଏମ୍ସ ୧୭ର‌୍ୟାଙ୍କ ଏବଂ କିଟ୍ ୨୬ର‌୍ୟାଙ୍କରେ ରହିଛନ୍ତି ।
ଶ୍ରେଷ୍ଟ ୪୦ଟି ଡେଣ୍ଟାଲ ମେଡିକାଲ କଲେଜ ବର୍ଗରେ ଚେନ୍ନାଇ ଏସ୍‌ଆଇଏମ୍‌ଟିଏସ୍‌୧ର‌୍ୟାଙ୍କରେ ଥିବା ବେଳେ ସୋଆ ୯ର‌୍ୟାଙ୍କ, ଏବଂ କିଟ୍ ୨୦ର‌୍ୟାଙ୍କରେ ରହିଛନ୍ତି ।
ଶ୍ରେଷ୍ଟ ୩୦ଟି ଆଇନ୍ ଶିକ୍ଷାନୁଷ୍ଠାନ ବର୍ଗରେ ବେଙ୍ଗାଲୁର ନ୍ୟାସନାଲ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟି୧ର‌୍ୟାଙ୍କରେ ଥିବା ବେଳେ ସୋଆ ୮ର‌୍ୟାଙ୍କ, କିଟ୍ ୧୨ର‌୍ୟାଙ୍କ ଏବଂ କଟକ ନେସନାଲ ଲ’ ୟୁନିଭରସିଟି ୩୦ର‌୍ୟାଙ୍କରେ ରହିଛନ୍ତି ।
ଶ୍ରେଷ୍ଟ ୩୦ଟି ଆର୍କିଟେକ ଆଣ୍ଡ ପ୍ଲାନିଂ ଶିକ୍ଷାନୁଷ୍ଠାନ ବର୍ଗରେ ୧ର‌୍ୟାଙ୍କରେ ଆଇଆଇଟି ରୁର୍କି ରହିଥିବା ବେଳେ ୮ର‌୍ୟାଙ୍କରେ ରାଉରକେଲା ଏନ୍‌ଆଇଟି ରହିଛି ।
ସେହିପରି ଶ୍ରେଷ୍ଟ ୩୦ଟି ଏଗ୍ରିକଲଚର ଏବଂ ଆଲାଏଡ ସେକ୍ଟର ତାଲିକାରେ ୨୨ ର‌୍ୟାଙ୍କରେ ଓଡ଼ିଶାର ଓୟୁଏଟି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking