ଏବେ ନିର୍ଭୟା ଦୋଷୀଙ୍କ ଆଖିରୁ ଉଡି ଯାଇଛି ନିଦ,ପଢନ୍ତୁ ପୁରା ଖବର…

ନୂଆଦିଲ୍ଲୀ : ନିର୍ଭୟା ଅପରାଧୀଙ୍କୁ ଦଣ୍ଡବିଧାନର ସୂଚନା ପ୍ରାପ୍ତ ହୋଇ ସାରିଲାଣି । ରାତିରେ ସେମାନେ ଠିକ୍ ଭାବେ ଶୋଇପାରୁନଥିବା ବେଳେ ଖାଇବା ପିଇବା ଲାଗି ମଧ୍ୟ ଆଗ୍ରହ ଦେକାଉ ନାହାଁନ୍ତି ବୋଲି ସୂଚନା ମି‌ଳିଛି । ଅନ୍ୟପଟେ ନିର୍ଭୟା ଅପରାଧୀଙ୍କୁ ଦଣ୍ଡ ବିଧାନ ଲାଗି ସ୍ଥିରକୃତ ହୋଇଥିବା ଘାତକ ଏବେ ଚିନ୍ତାରେ ରାତି ଶୋଇପାରୁନଥିବା ଜଣାପଡିଛି । ନିକଟରେ ନିର୍ଭୟା କାଣ୍ଡର ଅପରାଧୀଙ୍କୁ ତିହାର ଜେଲରେ ଏକାଠି କରାଯାଇଥିଲା । ମଣ୍ଡୋଲି ଜେଲରେ ରହୁଥିବା ପବନକୁ ତିହାର ଅଣାଯାଇଥିବା ବେଳେ ତାକୁ ଜେଲ ନମ୍ବର ୪ରେ ରଖାଯାଇଛି । ଅନ୍ୟ ୩ ଜଣ ଅଭିଯୁକ୍ତ ଅକ୍ଷୟ, ମୁକେଶ ଓ ବିନୟ ୨ ନମ୍ବର ଜେଲର ୩ ନମ୍ବର ସେଲରେ ପୃଥକ ପୃଥକ ରହୁଛନ୍ତି । ଜେଲ କର୍ମଚାରୀମାନେ ସେମାନଙ୍କ ଉପରେ ଦିନ ରାତିନଜର ରଖିଥିବା ବେଳେ ସେମାନଙ୍କ ଆଚାର, ବ୍ୟବହାର ଓ ଚାଲିଚଳନ ଉପରେ ନଜର ରଖାଯାଇଛି । ଅପରାଧୀମାନେ ସେମାନଙ୍କ ଦଣ୍ଡବିଧାନର ସୂଚନା ପାଇସାରିଥିବାରୁ ବେଶ ବିଚଳିତ ହୋଇପଡିଛନ୍ତି । ଜେଲ କର୍ମଚାରୀମାନେ ସେମାନଙ୍କୁ ନିଜ ନିଜ ସେଲରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବୁଲୁ ଥିବାର ଦେଖୁଛନ୍ତି । ଠିକରେ ଶୋଇପାରୁନଥିବାରୁ ସେମାନେ ଟହଲୁଥିବାରୁ ଦେଖାଯାଉଛନ୍ତି । ଅନ୍ୟପକ୍ଷରେ ଜେଲକର୍ତ୍ତୃପକ୍ଷ ସେମାନଙ୍କ ଖାଦ୍ୟପେୟ ମଧ୍ୟନିୟନ୍ତ୍ରିତ କରିଛନ୍ତି । ସେମାନଙ୍କୁ ଖାଦ୍ୟରେ ତରଳ ପଦାର୍ଥ ସହ କଠିନ ଖାଦ୍ୟ ଏପରି ଦିଆଯାଉଛି ଯେପରିସେମାନଙ୍କର ରକ୍ତଚାପ ନିୟନ୍ତ୍ରିତ ରହେ । ତେବେ ଅପରାଧୀମାନେ ଖାଇବା ପିଇବା ଠିକରେ କରୁନଥିଲେ ହେଁ ଜେଲ ପକ୍ଷରୁ ସେମାନଙ୍କର ଡାକ୍ତରୀ ଚିକିତ୍ସା କରାଯାଉନି କି ସେମାନଙ୍କୁ କୌଣସି ଔଷଧ ଦିଆଯାଇନି । ସେପଟେ ତିହାରଜେଲ କର୍ତ୍ତୃପକ୍ଷ ଯେ କୌଣସି ମୁହୂର୍ତ୍ତରେ ଦୋଷୀଙ୍କ ଦଣ୍ଡ ବିଧାନ କରିପାରିନ୍ତି। ଏଥିଲାଗି କର୍ତ୍ତୃପକ୍ଷ ଘାତକ ମଗାଇଛନ୍ତି । ଏଥିଲାଗି କର୍ତ୍ତୃପକ୍ଷ ୨ ଜଣ ଘାତକଙ୍କ ଆବଶ୍ୟକତା ଜଣାଇଥିବା ବେଳେ ମିରଟ ଜେଲର ଘାତକ ପବନଙ୍କୁ ଏଥିଲାଗି ପଠାଇବାକୁ ମଞ୍ଜୁରି ମିଳିଛି । ପବନ ନିର୍ଭୟା ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି ବେଶ୍‌ ଖୁସିଥିବା ଜଣାପଡିଛନ୍ତି ହେଲେ ଏ ନେଇ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ଆଦେଶ ମିଳିନଥିବା ବେଳେ ଦୋଷୀଙ୍କ ଦଣ୍ଡ ବିଧାନଲାଗି ସେ କିନ୍ତୁ ରାତି ଶୋଇପାରୁ ନାହାନ୍ତି । ତେବେ ତାଙ୍କୁ ଦଣ୍ଡ ବିଧାନରେ ସହଯୋଗ କରିବା ଲାଗି ହୁଏତ ଲକ୍ଷ୍ନୌ ଜେଲର ଘାତକଙ୍କୁ ବି ନିୟୋଜିତ କରାଯାଇପାରେ ବୋଲି ସୂଚନା ମିଳିଛି |