27.8 C
Bhubaneswar
Friday, April 19, 2024
Homeଅପରାଧହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କଲା ପୁଲିସ : ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା , ୩...

ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କଲା ପୁଲିସ : ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା , ୩ ଗିରଫ

ସାନଖେମୁଣ୍ଡି : ଗୁଣିଗାରେଡ଼ି ସନ୍ଦେହରେ ଜଣେ ୭୦ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି । ପ୍ରକାଶ ଥାଉକି, ପାଟପୁର ଥାନା ରତନେଇ ପାହାଡ଼ ପାଦଦେଶ ଜୟପୁର କଲୋନୀ-ବାଘୁଆପଲ୍ଲୀ ରାସ୍ତା ପାଶ୍ୱର୍ ଜଙ୍ଗଲରେ ଗତମାସ ୩୦ ତାରିଖ ସନ୍ଧ୍ୟାରେ ବାଘୁଆପଲ୍ଲୀ ଗ୍ରାମର ଅଙ୍ଗଦ ମଳିକ (୭୦)ଙ୍କୁ ସଂଗଠିତ ଭାବେ ହତ୍ୟା କରାଯାଇଥିଲା । ଡିସେମ୍ବର ୬ ତାରିଖରେ ତାଙ୍କର ଗଳିତ ଶବକୁ ପୁଲିସ ଉଦ୍ଧାର କରିଥିଲା । ଏହାପରେ ପୁଲିସ ଫରେନ୍ସିକ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ôଚ ତଦନ୍ତ କରି ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ କରାଯାଇଥିବା ଅନୁମାନ କରିଥିଲା । ପୁଲିସ ଏହି ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କରିଛି । ପାଟପୁର ଥାନାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଅତିରିକ୍ତ ଏସ୍‌ପି ପତିତପାବନ ଚୌଧୁରୀ ହତ୍ୟା ରହସ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି । ପୂର୍ବ ଯୋଜନା ମୁତାବକ ସୁପରିକଳ୍ପିତ ଭାବେ ଅଙ୍ଗଦଙ୍କୁ ହତ୍ୟା କରାଯାଇଥିଲା । ଏଥିସହ ଏହା ସୁପର କିଲିଂ ବୋଲି ମଧ୍ୟ ଏଏସ୍‌ପି କହିଛନ୍ତି । ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତ ଜୟପୁର କଲୋନୀ ଗ୍ରାମର ଟୁନା ନାୟକ (୩୬), ପ୍ରତାପଗିରି ଗ୍ରାମର ମୁନା ନାୟକ (୨୬), ଖାରିଆଗୁଡ଼ା ଗ୍ରାମର ଜିତୁ ବେହେରା (୨୪)ଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଭୁଜାଲି ଜବତ ହୋଇଥିବା କହିଥିଲେ । ମୃତ ଅଙ୍ଗଦ ଆଖପାଖ ଗ୍ରାମରେ ଝଡାଫୁଙ୍କା ସହ ଚେରମୂଳୀ ଔଷଧ ଦ୍ୱାରା ଚିକିତ୍ସା କରୁଥିଲେ । ୩ ବର୍ଷ ପୂର୍ବେ ଅଭିଯୁକ୍ତ ଟୁନା ଝିଆରୀର ମୃତ୍ୟୁ ହୋଇଥିବାବେଳେ ଓ ତାଙ୍କ ମଧ୍ୟ ସ୍ତ୍ରୀ ଛାଡ଼ି ଚାଲି ଯାଇଥିଲା । ଏହି ଘଟଣାରେ ଅଙ୍ଗଦ ଗୁଣି କରିଥିବା ସନ୍ଦେହ କରିଥିଲା । ଗୁଣିକରି ଅଙ୍ଗଦ ଝିଆରୀକୁ ମାରିଛି ଓ ପରିବାର ବରବାଦ କରିଛି ଭାବି ଜୀବନରେ ମାରିଦେବା ପାଇଁ ଟୁନା ଯୋଜନା କରିଥିଲା । ଗତମାସ ୩୦ ତାରିଖ ଶନିବାର ସନ୍ଧ୍ୟାରେ ହତ୍ୟା ଯୋଜନା କରିବା ସହ ପ୍ରତାପଗିରି ଗ୍ରାମର ମୁନା ଓ ଖାରିଆଗୁଡା ଗ୍ରାମର ଜିତୁକୁ ସୁପାରିଦେଇ ସହଯୋଗ ପାଇଁ ଡାକିଥିଲା । ୩ଜଣ ଏକତ୍ର ହୋଇ ଜୟପୁର କଲୋନୀ ଛକ ମଦ ଦୋକାନରେ ଦେଶୀ ମହୁଲି ମଦ ପିଇଥିଲେ । ଦୁଇ ଜଣ ଗ୍ରାମ ପାଶ୍ୱର୍ ଜଙ୍ଗଲରେ ଛପିଥିବା ବେଳେ ଜିତୁ ବାଘୁଆପଲ୍ଲୀ ଗ୍ରାମର ଦୁଇଜଣକୁ ଅଙ୍ଗଦ ସମ୍ପର୍କରେ ପଚାରିଥିଲା । ଅଙ୍ଗଦ ଆସୁଥିବା ସୂଚନା ପାଇ ଜିତୁ ତାଙ୍କୁ ଜଙ୍ଗଲ ବୁଦାକୁ ନେଇଥିଲା । ଟୁନା ଓ ମୁନା ତାଙ୍କୁ ଭୁଜାଲିରେ ହାଣିଥିଲେ । ପରେ ମୁନା ଭୁଜାଲିରେ ଅଙ୍ଗଦଙ୍କ ବେକକୁ ଚୋଟ ପକାଇ ହାଣିଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ଅଜୟ ବାରିକ, ଏସ୍‌ଆଇ ପ୍ରୀତିମଞ୍ଜରୀ ଗଡ଼ନାୟକ, ଏସଆଇ ଶୁଭ୍ରଜାତ ସାମନ୍ତରାୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking