39.1 C
Bhubaneswar
Tuesday, April 23, 2024
Homeଓଡିଶାଧର୍ମେନ୍ଦ୍ରଙ୍କ କୃଷି ବିଲ ମନ୍ତବ୍ୟର ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ*

ଧର୍ମେନ୍ଦ୍ରଙ୍କ କୃଷି ବିଲ ମନ୍ତବ୍ୟର ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ*

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

ଭୁବନେଶ୍ୱର – ପ୍ରଚାର, ପ୍ରତିଶୃତି ଓ ପ୍ରତାରଣାର କେନ୍ଦ୍ର ସରକାର ଚାଲିଛି ଏବଂ ସେହି ଅନୁସାରେ ସବୁ ଐତିହାସିକ ପଦକ୍ଷେପ ସରକାର ନେଉଛନ୍ତି ବୋଲି ଆଜି ତୀବ୍ର ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସବାର୍ତାରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କହିଥିବା “କୃଷିବିଲ୍ ଏକ ଐତିହାସିକ ବିଲ୍‌”ର ପ୍ରତିକ୍ରିୟାରେ ଶୀ ପଟ୍ଟନାୟକ କହିଛନ୍ତି ହଁ ଏହା ଐତିହାସିକ ବିଲ୍ ଠିକ୍ କହୁଛନ୍ତି ଧର୍ମେନ୍ଦ୍ର ବାବୁ କାରଣ ବିମୁଦ୍ରୀକରଣ ହେଉ, ଜିଏଷ୍ଟି ପ୍ରସଙ୍ଗ ହେଉ, ବା କରୋନା ମହାମାରୀ ପୂର୍ବରୁ ବା ପରେ ଯେଉଁସବୁ ନିଷ୍ପତି ନେଇଛନ୍ତି ତାହା ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଛି । ସେହିପରି ପାରିତ କୃଷିବିଲ୍ ଦ୍ୱାରା ଦେଶ ଆହୁରି ବିପର୍ଯ୍ୟସ୍ତ ଆଡ଼କୁ ଠେଲି ହୋଇଯାଇଛି । ତେଣୁ ଏହା ଐତିହାସିକ । ଯଦି ସରକାର କହୁଛନ୍ତି ମଣ୍ଡି ରହିବ ଏବଂ ଏମ୍‌ଏସ୍‌ପି ଉଠିବନି ତେବେ ସେଥିରେ କାହିଁକି ନିର୍ଦ୍ଧାରଣ କରିନାହାଁନ୍ତି କି ସର୍ବନିମ୍ନ ମୂଲ୍ୟ ତଳକୁ କେହି ଚାଷୀଙ୍କ ଠାରୁ କିଣିପାରିବେ ନାହିଁ । ଯଦି କେହି କିଣେ ତାପ୍ରତି ଦଣ୍ଡବିଧାନ ହେବ ବୋଲି କାହିଁକି ଆଇନ ରହିନାହିଁ ବୋଲି ସେ ସମ୍ପର୍କରେ ପ୍ରଶ୍ନ ପଚାରିଛନ୍ତି ଶ୍ରୀ ପଟ୍ଟନାୟକ । ଯଦି ଏହି କୃଷି ବିଲ୍‌ରେ ଉକ୍ତ ନିୟମଟି ରଖନ୍ତେ ତେବେ କୃଷକମାନଙ୍କ ଠାରୁ ସର୍ବନିମ୍ନ ମୂଲ୍ୟ ଠାରୁ କମ୍‌ରେ କେହି କିଣନ୍ତେ ନାହିଁ । ଏଥିରେ କୃଷକମାନଙ୍କର ଲାଭ ହୁଅନ୍ତା । ଓଡ଼ିଶାରେ ଏବେ ମଧ୍ୟ ୬୦ରୁ ୭୦ଭାଗ ଲୋକ କ୍ଷ୍ୟୁଦ୍ର ଚାଷୀ ଓ ଛୋଟଚାଷୀ ଅଛନ୍ତି ସେମାନେ ମଣ୍ଡିକୁ ଯାଇପାରନ୍ତି ନାହିଁ । ଯଦି ଏହି ନିୟମ କରାଯାନ୍ତା ତେବେ ଚାଷୀମାନଙ୍କ ପାଇଁ କିଛି ଦରଦ ସରକାରଙ୍କ ପାଇଁ ଅଛି ବୋଲି ଜଣାପଡ଼ନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking