କଟକ ଏସ୍‌ସିବି ମେଡିକାଲ କଲେଜରେ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

: ରାଜ୍ୟର କରୋନା ସଂକ୍ରମିତଙ୍କ କାମରେ ଏହି ପ୍ଲାଜମା ଲାଗିପାରିଲେ, ମୋ ପାଇଁ ଆତ୍ମସନ୍ତୋଷର ବିଷୟ ହେବ

: ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିବା ସହ ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ନିବେଦନ

ଭୁବନେଶ୍ୱର/କଟକ, – କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ
ପରାମର୍ଶ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସ୍ୱଚ୍ଛାକୃତ ଭାବେ କଟକ ଗସ୍ତ କରି
ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି ।
ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର ମହତ୍ତ୍ୱପୂର୍ଣ୍ଣ
ଭୂମିକା ରହିଛି । ତେଣୁ ଏଥିପାଇଁ ସମସ୍ତଙ୍କୁ ଆଗେଇବା ଆସିବା ସହ ପ୍ଲାଜମା ଦାନ କରିବା
ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଓଡିଶାକୁ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରି ପ୍ଲାଜମା
ଦାନ କରିବା ପାଇଁ ମନରେ ଇଚ୍ଛା ଥିଲା । ଆଜି ଏହି ଆଶା ପୂରଣ ହୋଇଛି । ମୁଁ ଦେଇଥିବା
ପ୍ଲାଜମା ରାଜ୍ୟର ଯେକୌଣସି କରୋନା ସଂକ୍ରମିତଙ୍କ କାମରେ ଆସିପାରିଲେ, ଏହା ମୋ
ପାଇଁ ଆତ୍ମସନ୍ତୋଷର ବିଷୟ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here