28.1 C
Bhubaneswar
Friday, April 26, 2024
Homeଓଡିଶାନୀଳାଚଳ ଇସ୍ପାତ ସମ୍ପୂର୍ଣ୍ଣ ଅଚଳ ହେବାକୁ ଯାଉଛି

ନୀଳାଚଳ ଇସ୍ପାତ ସମ୍ପୂର୍ଣ୍ଣ ଅଚଳ ହେବାକୁ ଯାଉଛି

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ ସମ୍ପୂର୍ଣ୍ଣ ଅଚଳ ହେବାକୁ ଯାଉଛି । କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅଧିନସ୍ଥ ପୁଞ୍ଜିଲଗାଣକାରି ସଂସ୍ଥାଙ୍କ ପରିଚାଳନାଗତ ତ୍ରୁଟି, ଅସହଯୋଗ ,ଅନିୟମିତ ସ୍ୱଳ୍ପ ଅର୍ଥ ବିନିଯୋଗ ଓ କଞ୍ଚାମାଲ ଅଭାବରୁ କୋକଭେନ ଓ ପାବାରପ୍ଲାଣ୍ଟକୁ ଛାଡ଼ି ସମସ୍ତ ୟୁନିଟ ୮ମାସରୁ ଉର୍ଦ୍ଧ ହେବ ବନ୍ଧ ରହିଛି । ସରକାର ଏହାକୁ ନିଜ ନିୟନ୍ତ୍ରଣରେ ରଖି ଚାଲୁ କରିବାକୁ ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ତରଫରୁ ଦାବି କରି ୨ମାସରୁ ଉର୍ଦ୍ଧ୍ବ ଗେଟ ସମୁଖରେ ଧରଣାରେ ବସିଛନ୍ତି । ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶାର ଦ୍ଵିତୀୟ ସରକାରୀ ଇସ୍ପାତ କାରଖାନା ପ୍ରତି ଅବହେଳା ପରିତାପର ବିଷୟ । ସରକାର ନୀଳାଚଳର ନିଜସ୍ବ ଲୁହାପଥର ଖଣି ଚାଲୁ କଲେ ବାର୍ଷିକ ହାରାହାରି ୨୫୦ କୋଟି ଟଙ୍କା ଲାଭ ପାଇବେ ବୋଲି ମିଳିତ ମଞ୍ଚ ପ୍ରସ୍ତାବ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଘରୋଇକରଣ ମୋହ ଛାଡ଼ୁନି । ରାଜ୍ୟ ସରକାରଙ୍କ ନିରବତା ପରିସ୍ଥିତିକୁ ଜଟିଳ କରୁଛି । କୌଣସି ଉଚ୍ଚସ୍ତରୀୟ ବୈଠକ ବସୁନାହଁ କିମ୍ବା ନୀଳାଚଳ ସଙ୍କଟ ଟଳୁନାହିଁ ।ବିଶ୍ୱମହାମାରି କୋଭିଡ୍ – ୧୯ କବଳରୁ ରକ୍ଷା ପାଇଁ ଅଳ୍ପ କର୍ମଚାରୀଙ୍କୁ ନେଇ କାରଖାନାର ଗୁରୁତ୍ୱପୂର୍ଣ୍ଣ ୟୁନିଟ ଚଲାଇବାକୁ ଯାଜପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଅବମାନନା କରି ନୀଳାଚଳ କର୍ତ୍ତୃପକ୍ଷ କୋଇଲା ଆଣିବା ବ୍ୟବସ୍ଥା ନକରି କୋଇଲା ଅଭାବରୁ କୋକଭେନ ଓ ପାୱାରପ୍ଲାଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଫାକ୍ଟୋରି ଓ ଵୋଇଲର ବିଭାଗକୁ ଚିଠି ଲେଖିଛନ୍ତି । କୋକଭେନ ଥରେ ବନ୍ଦ ହେଲେ ପୁଣି ଚାଲୁକରିବାକୁ ରିପାରିଙ୍ଗ ଓ ହିଟିଂ ପାଇଁ ୬୦୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ସହ ୨ବର୍ଷରୁ ଉର୍ଦ୍ଧ୍ବ ସମୟ ଲାଗିବ ।ଏହାଦ୍ୱାରା ସରକାର ବଡ଼ କ୍ଷତି ସହିବେ,କାରଖାନାର ମୂଲ୍ୟାୟନ କମି ଘରୋଇ କମ୍ପାନୀମାନଙ୍କୁ ସାଗ ମାଛ ଦାମରେ କିଣିବାକୁ ବାଟ ମିଳିଜିବ ଏବଂ ନିର୍ଭରଶୀଳ ୧୦ ହଜାର କର୍ମଜୀବୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ । ଏହାକୁ ବିରୋଧ କରି ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ତରଫରୁ କାରଖାନା ପରିସରରେ ଆଇନ ଅନୁଯାୟୀ ଦୂରତ୍ୱ ରଖି ଧରଣା ଦିଆଯାଇଥିଲା। କୋକଭେନକୁ ବନ୍ଦ ନକରି କୋଇଲା ଯୋଗାଡ଼ କରି ଚାଲୁରଖିବାକୁ ନୀଳାଚଳ କର୍ତ୍ତୃପକ୍ଷଙ୍କୁ ମିଲତ ମଞ୍ଚ ତରଫରୁ ଯାଜପୁର ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ଏକ ଦାବିପତ୍ର ଦିଆଯାଇ ଅନୁରୋଧ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking