ଭୁବନେଶ୍ୱର : ଓଟିପି ସେୟାରିଂ ସ୍କାମରେ ପାକିସ୍ତାନ ଲିଙ୍କ ମାମଲାରେ ତନାଘନା। ତଦନ୍ତ ପାଇଁ ଭୁବନେଶ୍ବରରେ NIA ଟିମ୍ କରୁଛି ଖୋଳତାଡ଼। ମାମଲାରେ ଆଜି ଅଭିଜିତ ସଞ୍ଜୟ ଜମ୍ବୁରେକୁ NIA ଅଧିକାରୀମାନେ ଜେରା କରୁଛନ୍ତି। ପାକିସ୍ତାନର ଡାନିସ ଓରଫ ସୟଦ ଡାନିସ ଅଲ୍ଲୀ ଓ ଖୁରାମ ଓରଫ ଅବଦୁଲ ହମିଦ ସହିତ ସଂଜୟର ଲିଙ୍କ ଥିଲା। ତେବେ ଏହି ଘଟଣାରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛି ଅଭିଜିତ ସଞ୍ଜୟ ଜମ୍ବୁରେ। କେବଳ ଓଟିପି କି ଆକ୍ଟିଭେଟେଡ ସିମ ନୁହେଁ ସଂଜୟ ଭାରତର ବହୁ ଗୁରୁତ୍ବପୂର୍ଣ୍ଣ ସାମରିକ ତଥ୍ୟ ପାକିସ୍ଥାନୀ ଏଜେଣ୍ଟଙ୍କୁ ସେୟାର କରିଥିବା ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍। ମହାରାଷ୍ଟ୍ର ATSର ୩ ଅଫିସର ଏବଂ ଇଣ୍ଟେଲିଜେନସ୍ ବ୍ୟୁରୋର ୨ ଅଫିସର – ଭୁବନେଶ୍ବର କ୍ରାଇମବ୍ରା଼ଞ୍ଚର ଏସଟିଏଫ୍ କାର୍ଯ୍ୟାଳୟରେ ପୁନେରୁ ଧରାପଡିଥିବା ସଞ୍ଜୟ ଜମ୍ବୁରେକୁ ମାରାଥନ ଜେରା କରିଛନ୍ତି। ତା ଜରିଆରେ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଓ ଗୁପ୍ତଚରଙ୍କ ଚେର ଖୋଜା ଚାଲିଛି। ଜେରା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି।