27.1 C
Bhubaneswar
Friday, March 14, 2025
Homeଖେଳନ୍ୟୁଜିଲାଣ୍ଡକୁ ଟାର୍ଗେଟ୍ ୨୮୩

ନ୍ୟୁଜିଲାଣ୍ଡକୁ ଟାର୍ଗେଟ୍ ୨୮୩

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ବିଶ୍‌ବକପ ଉଦ୍‌ଘାଟନୀ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରି ୯ ୱିକେଟରେ ୨୮୨ ରନ କଲା ଇଂଲଣ୍ଡ । ନିଉ୍ୟଜିଲାଣ୍ଡ ପାଇଁ ୨୮୩ ରନ୍‌ର ଚ୍ୟାଲେଂଜିଂ ଟାର୍ଗେଟ । ଏହି ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ତର ମୁକାବିଲା ନ୍ୟୁଜିଲ୍ୟାଣ୍ଡ ସହ ହେଉଛି। ଦୁଇ ଶକ୍ତିଶାଳୀ ଟିମ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମରେ ମୁହାଁମୁହିଁ ହେଉଥିଲେ ମଧ୍ୟ ଦର୍ଶକଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ ଲକ୍ଷରୁ ଅଧିକ ଲୋକ ବସିବାର ବ୍ୟବସ୍ଥା ରହିଛି। ତଥାପି ପ୍ରଥମ ମ୍ୟାଚରେ ହାତ ଗଣତି ଲୋକ ଉପସ୍ଥିତ ରହିଛନ୍ତି।
ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥମ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ତ ନିର୍ଦ୍ଧାରିତ ୫୦ ଓଭରର ୯ ୱିକେଟ ହରାଇ ୨୮୨ ରନ କରିଛି। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୭୭ ରନ କରିଥିବା ବେଳେ ଅଧିନାୟକ ଜୋଶ ବଟଲର ୪୩ ଓ ଜନ୍ନି ବେୟାରଷ୍ଟୋ ୩୩ ରନର ଇନିଂସ ଖେଳିଛନ୍ତି। ନ୍ୟୁଜିଲ୍ୟାଣ୍ତ ପାଇଁ ମ୍ୟାଟ ହେନରୀ ସର୍ବାଧିକ ୩ଟି ୱିକେଟ ନେଇଥିବେ ବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ଟି ଲେଖାଏ, ଟ୍ରେଣ୍ଟ ବୋଲ୍ଡ ଓ ରଚିନ ରବୀନ୍ଦ୍ରଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking