ବଲାଙ୍ଗୀର: ବକେୟା ବିଦ୍ୟୁତ ବିଲ ପାଇଁ ଏଣିକି ବିଛିନ୍ନ ହେବ ନାହିଁ ବିଦ୍ୟୁତ । ହେଲେ ବିଦ୍ୟୁତ ମାଗଣା ନୁହେଁ ବିଲ ଦେବାକୁ ପଡିବ କହିଲେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ସେ କହିଛନ୍ତି,”ବକେୟା ବିଦ୍ୟୁତ ପାଇଁ ଏବେ କଟିବ ନାହିଁ ଲାଇନ। ଗ୍ରୀଷ୍ମ ପ୍ରବାହ ପାଇଁ ଲୋକଙ୍କୁ କରାଯିବ ନାହିଁ ହଇରାଣ । ହେଲେ ବିଜୁଳି ମାଗଣା ନୁହେଁ ପରବର୍ତ୍ତୀ ସମୟରେ ବିଲ ଦେବାକୁ ପଡିବ । ବଲାଙ୍ଗୀରରେ ଆଜି ଏକ ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ ସମୟରେ ଏଭଳି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ଓ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
ବିଦ୍ୟୁତ ବିଭାଗକୁ ଏହା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାର ସେ କହିଛନ୍ତି । ଏପରିକି ଜଣେ ଅଧିକାରୀ ଏହାର ଉଲ୍ଲଘଂନ କରିଥିବା ଖବର ମିଳିଥିଲା । ସରକାର ସାମାଜିକ ଗଣମାଧ୍ୟମରେ ସମ୍ପୃକ୍ତ ଅଭିଯୋଗକାରୀଙ୍କଠାରୁ ଅଭିଯୋଗ ପାଇବା ପରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଯେଉଁଥିରେ ଉକ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ମନ୍ତ୍ରୀ କହିଛନ୍ତି । ତେବେ ବିଭିନ୍ନ କାରଣରୁ ଲୋକଙ୍କ ବିଦ୍ୟୁତ ବିଲ ବକେୟା ରହୁଛି । ଏବେ ମାର୍ଚ୍ଚ ମାସ ଥିବାର ବିଦ୍ୟୁତ କର ଅସୁଲି ପାଇଁ ବିଦ୍ୟୁତ ବିଭାଗ ଲୋକଙ୍କ ପାଖକୁ ଯାଉଛନ୍ତି ।