ପ୍ୟାରିସ୍ : ଫ୍ରାନ୍ସରେ ଏବେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଲଫା ବିଟା ପରେ ଏବେ କୋଭିଡ୍ର ଭୂତାଣୁର ନୂତର ଭାରିଆଣ୍ଟ୍ ବା ପ୍ରକରଣ ବ୍ୟାପିଥିବା ଫ୍ରାନ୍ସର ସରକାର ସୂଚନା ଦେଇଛନ୍ତି । ଫ୍ରାନ୍ସରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଗତ ଦୁଇ ମାସ ମଧ୍ୟରେ ସଂକ୍ରମଣ ସଂଖ୍ୟା ଶୀର୍ଷରେ ପହଞ୍ଚିଛି । ଏବେ ୯୫,୦୦୦ରୁ ଅଧିକ କୋଭିଡ୍ରେ ସଂକ୍ରମିତ ହୋଇଛନ୍ତି ।
ଫ୍ରାନ୍ସର ଭ୍ୟାକ୍ସିନେସନ୍ ମୁଖ୍ୟ ଆଲାନ୍ ଫିସ୍ଚର ଏହି ସୂଚନା ଦେଇଛନ୍ତି । ଏବେ ସର୍ବସାଧାରଣ ସ୍ଥାନମାନଙ୍କରେ ମାସ୍କ ପିନ୍ଧିବା ପାଇଁ ନିୟମ ପ୍ରୟଣନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟ ୟୁରୋପୀୟ ଦେଶମାନଙ୍କରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏବେ ଭାରତରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଆଉ ଏକ ଛୋଟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।