27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ: ଠାକରେ

ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ: ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ବୋଧନ । ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ଥିବା କହିଲେ ଉଦ୍ଧବ ଠାକରେ । ଶିବସେନା ଅଧ୍ୟକ୍ଷ ପଦ ଛାଡିବାକୁ ମଧ୍ୟ ପ୍ରସ୍ତୁତ । ପଦ ଛାଡିବାକୁ ପ୍ରସ୍ତୁତ ଥିବା କହିବା ବେଳେ ଭାବୁକ ହେଲେ ଉଦ୍ଧବ ଠାକରେ । ବିଦ୍ରୋହୀ ବିଧାୟକମାନଙ୍କ ପ୍ରତି ଭାବୁକ ଶବ୍ଦରେ ଉଦ୍ଧବଙ୍କ ସନ୍ଦେଶ । ତୁମ ମାନଙ୍କ ମଧ୍ୟରୁ ଜଣେ କେହି ଇସ୍ତଫା ଦେବାକୁ କହିଥିଲେ ମୁଁ ଦେଇଥାନ୍ତି । କିନ୍ତୁ ଏମିତି କରିବା ଯୋଗୁଁ ମୁଁ ଲଜ୍ଜିତ ଅନୁଭବ କରୁଛି କହିଲେ ଉଦ୍ଧବ । ଏକନାଥ ସିନ୍ଦେ ମୋ ସହ ସିଧାସଳଖ କଥା ହୁଅନ୍ତୁ ବୋଲି କହିଲେ ଉଦ୍ଧବ ଠାକରେ । ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ୍ ଡ୍ରାମା କ୍ରମଶଃ ରୋମାଞ୍ଚକର ହେବାରେ ଲାଗିଛି । ଶିବସେନାର ଫାୟାର ବ୍ରାଣ୍ଡ ଲିଡର୍ ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରିବା ପରେ ଏକ ପ୍ରକାର ସ୍ଥାଣୁ ପାଲଟିଯାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ମଧ୍ୟ ମହାରାଷ୍ଟ୍ରରେ ଲାଗିରହିଛି ଛକାପଞ୍ଝା । କ୍ୟାବିନେଟ୍ ବୈଠକ ଡାକି ଆଲୋଚନା କରିଛନ୍ତି ଠାକରେ । ଏହା ସହିତ ଏକନାଥ ସିନ୍ଦେଙ୍କ ବିରୁଦ୍ଧରେ ହ୍ବିପ୍ ମଧ୍ୟ ଜାରି କରିଛନ୍ତି । ଏହାରି ମଧ୍ୟରେ ବଡ ବୟାନ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking