34.1 C
Bhubaneswar
Friday, March 29, 2024
Homeଟେଲି ଦୁନିଆବିଗବସ୍ ସିଜିନ୍ ୧୩ରେ ନୂଆ ଟ୍ୱିଷ୍ଟ୍ , ଜାଣନ୍ତୁ କ'ଣ.....

ବିଗବସ୍ ସିଜିନ୍ ୧୩ରେ ନୂଆ ଟ୍ୱିଷ୍ଟ୍ , ଜାଣନ୍ତୁ କ'ଣ…..

ମୁମ୍ବାଇ: ଲୋକପ୍ରିୟ ରିୟାଲିଟି ଶୋ’ ‘ବିଗବସ୍-୧୩’ ଅଧିକାଂଶ ସମୟରେ ନୂଆ ନୂଆ ଡ୍ରାମା ଦେଖିବାକୁ ମିଳିଥାଏ | ବହୁ ପ୍ରତିକ୍ଷୀତ ଶୋ’ ବିଗ୍‌ବସ୍‌ରେ ସବୁବେଳେ ନୂଆ ନୂଆ ମୋଡ ମଧ୍ୟ ଦେଖିବାକୁ ମିଳେ । ଏଥିପାଇଁ ଶୋ’ର ଟିଆରପି ଦିନକୁ ଦିନ ବଢୁଥିବାର ଆମେ ଦେଖିବାକୁ ପାଇଥାଉ । ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ଶୋରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ହୋଇସାରିଥିଲା ।ହେଲେ ଏବେ ଖବର ଅନୁସାରେ ଶୋ’ରେ ପୁଣି ଥରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ହେବ ବୋଲି ସୂଚନା ମିଳିଛି । ଟିଆରପିକୁ ବଢ଼ାଇବା ପାଇଁ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁଣି ଥରେ ୩ଜଣ ପ୍ରତିଯୋଗୀ ବିଗ୍ ବସ ଘରକୁ ପ୍ରବେଶ କରିବ‌େ ବୋଲି ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ ମଧ୍ୟରୁ ୨ଜଣ କିଛି ଦିନ ତଳେ କମ ଭୋଟ ମିଳିବାଥିବାରୁ ଘରୁ ଏଲିମିନେଟ୍‌ ହୋଇଥିଲେ। ସେମାନେ ହେଉଛନ୍ତି ସେଫାଲି ବଗ୍ଗା ଓ ଅରହାନ ଖାନ୍ । ଭଲ ପ୍ରଦର୍ଶନ ଦେବା ପରେ ମଧ୍ୟ ଉଭୟ ଶୋ’ରୁ ବାହାରିଯାଇଥିଲେ । ତେବେ ପୁଣି ଥରେ ଉଭୟ ଘରେ ପ୍ରବେଶ କରିପାରନ୍ତି। ଏହା ବ୍ୟତୀତ ୩ ନମ୍ବର ୱାଇଲ୍ଡ କାର୍ଡ ପ୍ରତୀଯୋଗୀ ହେଉଛନ୍ତି ମଧୁରିମା ତୁଲୀ। ଶୋ’ରେ ଥିବା ପ୍ରତିଯୋଗୀ ବିଶାଲଙ୍କ ପୂର୍ବ ପ୍ରେମିକା ହେଉଛନ୍ତି ମଧୁରିମା ତୁଲୀ। ବିଶାଲ ଆଦିତ୍ୟ ସିଂହ ଓ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ମଧୁରିମା ତୁଲୀ ନଚ୍ ବଲିଏରେ ଏକା ସହ ନଜର ଆସିଥିଲେ । ଏମାନଙ୍କ ପ୍ରବେଶ ହେବା ପରେ ଘରର ମାହୋଲ ସମ୍ପୂର୍ଣ୍ଣ ଭାବେ ବଦଳିଯିବ ଓ ପୂରା ଖେଳ ଓଲଟିଯିବ ବୋଲି ଦର୍ଶକମାନେ ଆଶା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking